ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଦେଶ​‌ରେ ୩୦୦ ବିଲିୟନ ଡଲାର ଛୁଇଁବ ଇଲେକଟ୍ରୋନିକ୍ସ ଉତ୍ପାଦନ, ୧୦୦ ବିଲିୟନ ଡଲାର ରପ୍ତାନି ଲକ୍ଷ୍ୟ

Published By : Prameya | February 12, 2024 2:25 PM

ନୂଆଦିଲ୍ଲୀ,୧୨/୦୨: ଆଗାମୀ କିଛି ବର୍ଷରେ ଦେଶର ୩୦୦ ବିଲିୟନ ଡଲାରର ରପ୍ତାନି ଲକ୍ଷ୍ୟ  ହାସଲ କରିବାକୁ ସକ୍ଷମ ହେବ । ଏହି ଅବଧିରେ  ଦେଶ ୧୦୦ ବିଲିୟନ ଡଲାର ରପ୍ତାନି କରୁଥିବ  ବୋଲି କେନ୍ଦ୍ର ଇଲେକଟ୍ରୋନିକ୍ସ, ରେଳ ଏବଂ  ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।  

ନୂଆଦିଲ୍ଲୀରେ ଅନୁଷ୍ଠିତ ଗ୍ଲୋବାଲ ବିଜ୍‌ନେସ  ସମିଟକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଏବେ ଦେଶର ବିନିର୍ମାଣ କ୍ଷେତ୍ର ଦ୍ରୁତ ହାରରେ  ଅଭିବୃଦ୍ଧି କରୁଛି । ଯନ୍ତ୍ରାଂଶ ଉତ୍ପାଦନକାରୀ ଏବେ  ଭାରତ ମୁହାଁ । ଦେଶରେ ବିଭିନ୍ନ ଇଲେକଟ୍ରୋନିକ୍ସ  ଓ ସେମିକଣ୍ଡକ୍ଟର ଡିଜାଇନ ଆରମ୍ଭ ହୋଇଛି । ଖୁବ୍‌  କମ୍‌ ସମୟ ମଧ୍ୟରେ ବିଶ୍ୱ ଭାଲ୍ୟୁ ଚେନ୍‌ରେ ଭାରତ  ଏକ ଭରଷାଯୋଗ୍ୟ ପାର୍ଟନର ଭାବେ ଉଭା ହୋଇଛି । 

ସ୍ମାର୍ଟଫୋନ ଯନ୍ତ୍ରାଂଶ ଆମଦାନି କ୍ଷେତ୍ରରେ  କେନ୍ଦ୍ର ସରକାର ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଯାହା  ସ୍ମାର୍ଟଫୋନ ନିର୍ମାତାକୁ ବେଶ ସହାୟକ ହୋଇଛି ।  ଚୀନ, ଭିଏତନାମ ଭଳି ଦେଶ ସହ ପ୍ରତିଯୋଗିତା  କରିବାକୁ ଏହା କମ୍ପାନିଙ୍କୁ ବଳ ଦେଉଛି ।  ମୋବାଇଲ ଫୋନରେ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ  (ପିଏଲ୍‌ଆଇ) ଯୋଜନା ବେଶ ସଫଳ ହୋଇଛି ।  ସେ ପୁଣି କହିଛନ୍ତି, ପିଏଲ୍‌ଆଇକୁ ଆଇଟି ଏବଂ  ହାର୍ଡୱେର କ୍ଷେତ୍ରରେ ସରକାର ଲାଗୁ କରିବେ । ଏହା ଯୋଗାଣ ଶୃଙ୍ଖଳା ଦୃଢ଼ୀକରଣ ଏବଂ ନୂଆ ନିବେଶ  ଟାଣିବ । ୨୦୧୪-୧୫ରେ ଦେଶ ୧୫୬୬ କୋଟିର  ମୋବାଇଲ ରପ୍ତାନି କରିଥିଲା । ଯାହା ୨୦୨୨-୨୩ରେ  ୯୦ ହଜାର କୋଟିକୁ ବଢ଼ିଛି । ଏ କ୍ଷେତ୍ରରେ  ୫୬୦୦ ଧ ଅଭିବୃଦ୍ଧି । ମେକ୍‌ ଇନ୍‌ ଇଣ୍ଡିଆ ଯନ୍ତ୍ରାଂଶ  ବ୍ୟବହାର କରାଯାଇ ରେକର୍ଡ ୧୬ ମାସରେ ୫  ଜିକୁ ଲାଗୁ କରାଯାଇଛି । ଭାରତ ବିକଶିତ କରିଥିବା ଟେକ୍ନୋଲୋଜି ମାନ ବିଶ୍ୱ ସ୍ତରୀୟ । 

ସମାଜର ଯେକୌଣସି ବର୍ଗର ବ୍ୟକ୍ତି ବିଶେଷ  ଟେକ୍ନୋଲୋଜି ବ୍ୟବହାର ସୁବିଧା ପାଉଛନ୍ତି । ଭାରତ ସେମି କଣ୍ଡକ୍ଟର କ୍ଷେତ୍ରରେ ମଧ୍ୟ ଆଗକୁ ବେଶ ଭଲ  ପ୍ରଦର୍ଶନ କରିବ । ମାଇକ୍ରନଠାରୁ ନୂଆ ନିବେଶ  ପ୍ରସ୍ତାବ ପାଇବା ପରେ ୯୦ ଦିନରେ ପ୍ରକଳ୍ପ କାର୍ଯ୍ୟ  ଆରମ୍ଭ ହୋଇଛି । ଗତ ବର୍ଷ ସେପ୍ଟେମ୍ବରରେ  ଆମେରିକା ଭିତ୍ତିକ କମ୍ପାନି ଗୁଜରାଟରେ  ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ କାମ ଆରମ୍ଭ କରିଛି ।  ଏଥିରେ ୨୨ ହଜାର କୋଟି ଟଙ୍କା ନିବେଶ କରୁଛି  କମ୍ପାନି ଶ୍ରୀ ବୈଷ୍ଣବ ଉଲ୍ଲେଖ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.