ପ୍ରମୂଖ ଖବର
  • ମେ'ରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର, ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିଲେ ୬୦ ହଜାର ହିତାଧିକାରୀ
  • ||
  • ଆନନ୍ଦପୁର : ପ୍ରସ୍ତାବିତ ସ୍ଥାନରେ ଧାନମଣ୍ଡି ନିର୍ମାଣ ପାଇଁ ଦାବି, ପୌରକାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
  • ||
  • ବିଏସଏଫ୍‌କୁ ବଡ଼ ସଫଳତା, ମାଲକାନଗିରିରୁ ମାଓ ଡମ୍ପ ଠାବ
  • ||
  • ମହାନଦୀ ଘାଟରେ ବୁଲୁଛି ଘଡ଼ିଆଳ କୁମ୍ଭୀର, ଭୟରେ ନଦୀକୂଳିଆ ଲୋକେ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି, ସାଧାରଣ ଦର୍ଶନ ବନ୍ଦ
  • ||
  • ନବ ଦାସ ହତ୍ୟା ମାମଲା: ଥାନାକୁ ଡକାଇ ୫ ଜଣଙ୍କ ବୟାନ ରେକର୍ଡ
  • ||
  • ବ୍ରହ୍ମପୁର : ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ
  • ||
  • ପିପିଲିରେ ଚାଲିଛି ନକଲି ଟଙ୍କା କାରବାର, ୩ ଅଟକ, ଟଙ୍କା ଗଣା ମେସିନ୍ ଜବତ
  • ||
  • IPL 2025: ଆଜି ସନରାଇଜର୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଧୋନି ବାହିନୀ ପାଇଁ 'କର ବା ମର' ସ୍ଥିତି
  • ||
  • ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା, ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଭାବେ ପରିଗଣିତ ହେବ
  • ||
  • ଆହୁରି ଦୁଇଦିନ କଲବଲ କରିବ ତାତି: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ ଦେବ ଆଶ୍ୱସ୍ତି
  • ||
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

ନୂଆପଡ଼ା ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ନାବାଳକ ମୃତ

Published By : Harapriya Sethi | April 25, 2025 2:33 PM

ଆନନ୍ଦପୁର, ୨୫/୦୪: ପୋଖରୀରେ ବୁଡ଼ି ଚାଲିଗଲା ନାବାଳକର ଜୀବନ । ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ପଞ୍ଚାୟତ ନୂଆପଡ଼ା ଗାଁ ପୋଖରୀରେ ବୁଡି ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ନୂଆପଡ଼ା ଗାଁର ନାଉରୀ ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ଆଦିତ୍ୟ । 

ସୂଚନା ମୁତାବକ, ନାଉରୀ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ତା ସ୍ତ୍ରୀ ଓ ମା ସ୍ଥାନୀୟ ହାଟକୁ ଯାଇଥିଲେ । ଏହି ସମୟରେ ନାଉରୀ ମୁଣ୍ଡାଙ୍କ ୧୨ ବର୍ଷୀୟ ପୁଅ ଆଦିତ୍ୟ ସାଙ୍ଗ ମାନଙ୍କ ସହିତ ପୋଖରୀକୁ ଯାଇଥିଲା । ପୋଖରୀର ଗଭୀର ପାଣିରେ ହଠାତ ବୁଡ଼ିଯାଇଥିଲା । ଏହା ଦେଖି ଅନ୍ୟ ସାଙ୍ଗମାନେ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ଏବଂ ଗାଁ ଲୋକଙ୍କୁ ଡାକି ଆଣିଥିଲେ । ଖବର ପାଇ ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାରି ଭିତରେ ସ୍ଥାନୀୟଲୋକେ ଆଦିତ୍ୟକୁ ଗାଁ ପୋଖରୀରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.