ପ୍ରମୂଖ ଖବର

ଜାନୁଆରୀରେ ୧.୭୨ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ,୦୧/୦୨: ଜାନୁଆରୀରେ କେନ୍ଦ୍ର ସରକାର ୧.୭୨ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ  କରିଛନ୍ତି । ଏହା ଦ୍ୱିତୀୟ ସର୍ବାଧିକ ପରୋକ୍ଷ ଟିକସ ସଂଗ୍ରହ । ଏହା  ପୂର୍ବରୁ ୨୦୨୩ ଏପ୍ରିଲରେ ୧.୮୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି  ଆଦାୟ କରାଯାଇଥିଲା । ୨୦୨୩ ଜାନୁଆରୀରେ ହୋଇଥିବା ପରୋକ୍ଷ  ଟିକସ ସଂଗ୍ରହ ତୁଳନାରେ ଚଳିତ ବର୍ଷ ସମାନ ଅବଧିରେ ଆଦାୟ  ୧୦.୪% ବୃଦ୍ଧି ହୋଇଛି । 

୨୦୨୩ ଜାନୁଆରୀରେ ୧.୫୫ ଲକ୍ଷ କୋଟିର  ଜିଏସ୍‌ଟି ଆଦାୟ ହୋଇଥିଲା ।  ସେହିଭଳି ୨୦୨୩ ଡିସେମ୍ବରରେ  କେନ୍ଦ୍ର ସରକାର ୧.୬୫ ଲକ୍ଷ  କୋଟିର ପରୋକ୍ଷ ଟିକସ ଆଦାୟ  କରିବାକୁ ସକ୍ଷମ ହୋଇଥିଲେ । ଆର୍ôଥକ ବର୍ଷ ୨୦୨୩-୨୪ରେ  ତୃତୀୟ ଥର ଲାଗି ଜିଏସ୍‌ଟି ଆଦାୟ ୧.୭ ଲକ୍ଷ କୋଟି ଟଙ୍କାର ପାର  କରିଛି । ସେହିଭଳି ୧୧ ଥର ଜିଏସ୍‌ଟି ଆଦାୟ ୧.୫ ଲକ୍ଷ କୋଟି ଟଙ୍କା  ଟପିଛି । ଗତ ୨୨ ମାସ ହେବ ଲଗାତାର ୧.୪ ଲକ୍ଷ କୋଟିର ଜିଏସ୍‌ଟି  ଆଦାୟ କରୁଛି ଦେଶ ।

ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ,  ୨୦୨୪ ଜାନୁଆରୀରେ ଆଦାୟ ହୋଇଥିବା ଜିଏସ୍‌ଟି ମଧ୍ୟରେ  କେନ୍ଦ୍ରୀୟ ଜିଏସ୍‌ଟି (ସିଏସ୍‌ଟି) ୪୩,୫୫୨ କୋଟି, ରାଜ୍ୟ ଜିଏସ୍‌ଟି  (ଏସ୍‌ଜିଏସ୍‌ଟି) ୩୭,୨୫୭ କୋଟି ଟଙ୍କା ରହିଛି । ଗତ ୧୦ ମାସରେ  ମୋଟ ୧୬.୬୯ ଲକ୍ଷ କୋଟିର ପରୋକ୍ଷ ଟିକସ ରାଜକୋଷକୁ  ଆସିଛି । ୨୦୨୨-୨୩ର ୧୦ ମାସରେ ଏହା ଥିଲା ୧୪.୯୬ ଲକ୍ଷ  କୋଟି । ଏହି ତୁଳନାରେ ସଂଗ୍ରହ ୧୧.୬ ଲକ୍ଷ କୋଟି ବଢ଼ିଛି  ।  ୨୦୨୨-୨୩ରେ ମୋଟ ୧୮.୧୦ ଲକ୍ଷ କୋଟିର ଜିଏସ୍‌ଟି ଆସିଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.