ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭାରତରେ ୧୬୦ କୋଟି ଡଲାର ନିବେଶ କରିବ ଫକ୍ସକନ୍

ନୂଆଦିଲ୍ଲୀ,୨୮/୧୧: ଆଇଫୋନ୍‌ ନିର୍ମାତା ହୋନ୍‌ ହାଇ ପ୍ରିସିଜନ୍‌ ବା ଫକ୍ସକନ୍‌ ଭାରତରେ ଏହାର ପଦଚିହ୍ନ ସମ୍ପ୍ରସାରଣ କରିବ ।  ଏଥିପାଇଁ କମ୍ପାନି ଦେଶରେ ଆଉ  ୧୬୦ କୋଟି ଡଲାର ଏହାର ନିର୍ମାଣ  ପ୍ରକଳ୍ପଗୁଡ଼ିକ ପାଇଁ ନିବେଶ କରିବ । ତାଇୱାନ୍‌ରେ ଏକ ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନି ଏହି ଘୋଷଣା  କରିଛି । 

କମ୍ପାନିର ଜଣେ ମୁଖପାତ୍ର  କହିଛନ୍ତି ଯେ, ଏ ନିବେଶ ପରିଚାଳନାଗତ  ଆବଶ୍ୟକତା ପାଇଁ ହେବ । ତେବେ  କମ୍ପାନିର ନୂତନ ଫ୍ୟାସିଲିଟି କେଉଁଠାରେ ନିର୍ମାଣ ହେବ, ତାହା ଉପରେ କୌଣସି  ସୂଚନା ଦିଆଯାଇନାହିଁ । 

ପ୍ରକାଶଯୋଗ୍ୟ, ୱାଶିଂଟନ ଏବଂ ବେଜିଂ ମଧ୍ୟରେ ବିବାଦ ବୃଦ୍ଧି ପାଉଥିବାବେଳେ ଫକ୍ସକନ୍‌  ଏବଂ ଅନ୍ୟାନ୍ୟ ତାଇୱାନ୍‌ଭିତ୍ତିକ ଇଲେକ୍ଟ୍ରୋନିକ୍ସ ନିର୍ମାତାମାନେ ଚୀନ୍‌ରୁ  ସେମାନଙ୍କ ବ୍ୟବସାୟକୁ ଅନ୍ୟତ୍ର  ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.