ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା ଏୟାରଲାଇନ୍ସ, ଅନୁମତି ଦେଲା CCI

ନୂଆଦିଲ୍ଲୀ, ୦୨/୦୯: ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା ଏୟାରଲାଇନ୍ସ । ଏହି ମିଶ୍ରଣକୁ କମ୍ପିଟିଶନ କମିଶନ ଅଫ୍ ଇଣ୍ଡିଆ (CCI) ମଞ୍ଜୁରୀ ଦେଇଛନ୍ତି । ଭିସ୍ତାରାର ମିଶ୍ରଣ ପରେ ଏବେ ଏୟାର ଇଣ୍ଡିଆ ଦେଶର ଦ୍ୱିତୀୟ ସବୁଠୁ ବଡ଼ ଘରୋଇ ଏୟାରଲାଇନ୍ ଓ ସବୁଠୁ ବଡ଼ ଅନ୍ତର୍ଜାତୀୟ ଏୟାରଲାଇନ୍ ପାଲଟିବ । ଏହି ମିଶ୍ରଣ ୨୦୨୪ ସୁଦ୍ଧା ଶେଷ ହେବ ।

ସିଙ୍ଗାପୁର ଏୟାରଲାଇନ୍ସ ପକ୍ଷରୁ ଏୟାର ଇଣ୍ଡିଆରୁ ଅଂଶଧନ କିଣିବା ଲାଗି ସିସିଆଇ ମଞ୍ଜୁରୀ ଦେଇଛନ୍ତି । ତେବେ ଏଥିରେ କିଛି ସର୍ତ୍ତ ରହିଛି । ଟାଟା ଏସ୍ଆଇଏ ଏୟାରଲାଇନ୍ସ ଭାବେ ଜଣାଶୁଣା ଭିସ୍ତାରା । ପ୍ରସ୍ତାବିତ ମିଶ୍ରଣ ପାଇଁ ଏପ୍ରିଲରେ ଟାଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍, ଏୟାର ଇଣ୍ଡିଆ ଲିମିଟେଡ୍, ଟାଟା ଏସ୍ଆଇଏ ଏୟାରଲାଇନ୍ସ ଲିମିଟେଡ୍ ଓ ସିଙ୍ଗାପୁର ଏୟାରଲାଇନ୍ସ ପକ୍ଷ ଅଛନ୍ତି ।

ବଢ଼ିଲା ନନ୍ଦନକାନନ ସଫାରୀ ଟିକେଟ ମୂଲ୍ୟ, ଏବେ ୪ଟି ସଫାରୀ ବୁଲିବା ପାଇଁ ପର୍ଯ୍ୟଟକ ଗଣିବେ ଅଧିକ ଟଙ୍କା

ଭିସ୍ତାରାରେ ଟାଟା ସନ୍ସର ୫୧ ପ୍ରତିଶତ ଓ ସିଙ୍ଗାପୁର ଏୟାରଲାଇନ୍ସର ୪୯ ପ୍ରତିଶତ ଅଂଶଧନ ରହିଛି । ଗତବର୍ଷ ନଭେମ୍ବରରେ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ସହ ଭିସ୍ତାରାର ମିଶ୍ରଣ ନେଇ ଘୋଷଣା କରିଥିଲା । ବୁଝାମଣା ପ୍ରକାରେ, ସିଙ୍ଗାପୁର ଏୟାରଲାଇନ୍ସ ମଧ୍ୟ ଏୟାର ଇଣ୍ଡିଆ ଠାରୁ ୨୫.୧ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ ।

ଏୟାଇ ଇଣ୍ଡିଆ ଓ ଭିସ୍ତାରା ମିଶ୍ର ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ନୂଆ ଫର୍ମରେ ଟାଟା ୭୪.୯ ପ୍ରତିଶତ ଓ ସିଙ୍ଗାପୁର ଏୟାରଲାଇନ୍ସ ପାଖରେ ୨୫.୧ ପ୍ରତିଶତ ଅଂଶଧନ ରହିବ । ନୂଆ ନାଁ ଏଆଇ-ଭିସ୍ତାରା-ଏଆଇ ଏକ୍ସପ୍ରେସ୍-ଏୟାରଏସିଆ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ରହିବ । 

ଚନ୍ଦ୍ରପୃଷ୍ଠରେ ନାସା ପାଇଲା ଲୁନା-୨୫ର କ୍ରାସ୍ ଲ୍ୟାଣ୍ଡିଂ ସାଇଟ୍, ଯାନ ମାଡ଼ ପରେ ୧୦ ମିଟରର ଗାତ ସୃଷ୍ଟି

ଏୟାର ଇଣ୍ଡିଆ ଓ ଭିସ୍ତାରା ପାଖରେ ୨୧୮ଟି ବିମାନ ରହିଛି । ଯାହାକି ୩୮ଟି ଅନ୍ତର୍ଜାତୀୟ ଓ ୫୨ଟି ଘରୋଇ ସ୍ଥାନକୁ ଉଡ଼ାଣ କରୁଛି । ବିମାନ ସେବା କ୍ଷେତ୍ରରେ ଭାରତ ଏବେ ବିଶ୍ୱର ତୃତୀୟ ବଡ଼ ବଜାର । ଆଗାମୀ ୧୦ ବର୍ଷରେ ଏହା ଦୁଇଗୁଣ ହେବା ଆଶା ରହିଛି । 

୪ ମାସ ତଳେ ଏୟାର ଇଣ୍ଡିଆ, ଭିସ୍ତାରା ସହ ଇଣ୍ଟରଲାଇନ୍ ପାର୍ଟନରସିପ୍ କରିଥିଲେ । ପାର୍ଟନରସିପ୍ ପ୍ରକାରେ, ବିମାନ ବିଳମ୍ବ, ବାତିଲ୍ ଓ ଡାଇଭର୍ଟ ସ୍ଥିତିରେ ଉଭୟ ଏୟାରଲାଇନ୍ସ ଅନ୍ୟ ଜଣଙ୍କର ବିମାନ ବ୍ୟବହାର କରି ପାରିବ । ଅର୍ଥାତ୍ ଏୟାର ଇଣ୍ଡିଆ ପାସେଞ୍ଜର ଭିସ୍ତାରାରେ ଓ ଭିସ୍ତାରାର ପାସେଞ୍ଜର ଏୟାର ଇଣ୍ଡିଆରେ ଯାତ୍ରା କରି ପାରିବେ ।

ଆଜି ଇସ୍ରୋର ସୂର୍ଯ୍ୟ ଅଭିଯାନ: ଆଦିତ୍ୟ ଏଲ୍‌-୧ ପାଇଁ ଅବଗଣନା ଆରମ୍ଭ, ପୂର୍ବାହ୍ଣ ୧୧.୫୦ରେ ଶ୍ରୀହରିକୋଟାରୁ ଲଞ୍ଚ

  • Air india
  • Vistara
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.