ପ୍ରମୂଖ ଖବର

ଇବ୍ରାହିମ ଜାଦ୍ରାନଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆ ସମ୍ମୁଖରେ ୨୯୨ ରନ୍‌ର ବିଜୟ ଲକ୍ଷ୍ୟ

Image Courtesy: espncricinfo

ମୁମ୍ବାଇ: ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳା ଯାଉଥିବା ବିଶ୍ଵକପର ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଇବ୍ରାହିମ ଜାଦ୍ରାନଙ୍କ ଅପରାଜିତ ଶତକ ବଳରେ ଦଳ ୨୯୧ ରନ୍‌ ସ୍କୋର କରିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ଜାଦ୍ରାନଙ୍କ ୧୨୯ ରନ   ସହ ଅନ୍ୟ  ବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ ବଳରେ ନିର୍ଦ୍ଧାରିତ  ଓଭରରେ ୫ ଓ୍ଵିକେଟ୍ ହରାଇ ୨୯୧ ରନ କରିଛି । ମ୍ୟାଚ୍ ଜିତି ସେମି ଫାଇନାଲରେ ପ୍ରବେଶ କରିବା ପାଇଁ ଅଷ୍ଟ୍ରେଲିଆ ସାମ୍ନାରେ ୨୯୨ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚ୍ ଜିତିଲେ ଆଫଗାନିସ୍ତାନ ସେମିର ନିକଟତର ହେବ ।

ଇବ୍ରାହିମଙ୍କ ବ୍ୟତୀତ ରଶିଦ ଖାନ ୧୮ ବଲରୁ ୩୫ ରନ କରିଥିବା ବେଳେ ରେହମତ ଶାହ ୩୦ ରନ କରିଛନ୍ତି । ଅଷ୍ଟ୍ରେଲିଆର ଜୋସ ହେଜେଲଉଡ ୩୯ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେଇଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନର ଦୁଇ ଓପନର ରହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜାଦ୍ରାନ୩୮ ରନ ଯୋଡ଼ିଥିଲେ । ଗୁରବାଜ ୨୧ ରନ କରି ଆଉଟ୍ ହେବା ପରେ ଜାଦ୍ରାନ ଓ ରହମତ ଶାହ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୮୩ ରନ ଯୋଡ଼ିଥିଲେ । 

ରହମତ ୩୦ ରନ କରି ପାଭିଲିୟନ ଫେରିଥିଲେ । ଜାଦ୍ରାନ ପୁଣି ତୃତୀୟ ଓ୍ଵିକେଟ୍ ଭାଗିଦାରୀରେ ଅଧିନାୟକ ହସମତୁଲ୍ଲା ଶାହିଦିଙ୍କ ସହ ୫୨ ରନ ଯୋଡ଼ିଥିଲେ। ଏହି କ୍ରମରେ ଅଜମତୁଲ୍ଲା ଉମରଜାଇ ୨୨ ରନ କରି ଆଉଟ୍ ହୋଇଥିଲେ। ତେବେ ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିବା ଇବ୍ରାହିମ ଜାଦ୍ରାନ ଚଳିତ ବିଶ୍ଵକପରେ ପ୍ରଥମ ଶତକ ହାସଲ କରିଛନ୍ତି ।

 

  • Afghanistan
  • ODI World Cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.