ମୁମ୍ବାଇ ୧୩/୦୨: ପ୍ରଖ୍ୟାତ ଅଭିନେତ୍ରୀ ଆଶା ପାରେଖ ସ୍ତନ କର୍କଟରେ ପୀଡ଼ିତ । ଗତ ରବିବାର ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ସେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଅପରେସନ୍ ଥିଏଟରରେ ତାଙ୍କର ୨ ଘଣ୍ଟା ଧରି ସର୍ଜରୀ ହୋଇଥିଲା ।
୬୦-୭୦ ଦଶକର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଆଶାଙ୍କୁ ଫିଲ୍ମ ଉଦ୍ୟୋଗକୁ ଉଲ୍ଲେଖନୀୟ ଯୋଗଦାନ ଲାଗି ୨୦୨୨ ମସିହାରେ ଭାରତୀୟ ସିନେମା ଉଦ୍ୟୋଗର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ସମ୍ମାନ ମିଳିଥିଲା । ୧୯୪୨ ମସିହା, ଅକ୍ଟୋବର ୨ ତାରିଖରେ ମହାରାଷ୍ଟ୍ରରେ ଜନ୍ମିତ ଆଶା ୪୦ ବର୍ଷର କ୍ୟାରିଅର୍ରେ ପ୍ରାୟ ୯୫ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ସେ ୧୧ ଥର ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍ ଆୱାର୍ଡ ଦ୍ୱାରା ସମ୍ମାନିତ ହୋଇଛନ୍ତି । ୧୯୯୨ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ବର୍ତ୍ତମାନ ସେ ନୃତ୍ୟ ଏକାଡେମୀ କାରା ଭବନ ଚଳାଉଛନ୍ତି । ଏଥିସହିତ ସାନ୍ତା କ୍ରୂଜ୍, ମୁମ୍ବାଇରେ ନିଜର ହସ୍ପିଟାଲ ‘ବିସିଜେ ହସ୍ପିଟାଲ ଆଣ୍ଡ୍ ଆଶା ପାରେଖ ରିସର୍ଚ୍ଚ ସେଣ୍ଟର୍ର ମଧ୍ୟ ପରିଚାଳନା କରୁଛନ୍ତି ।