ପ୍ରମୂଖ ଖବର
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଅନ୍ଧାରରେ ୬ଟି ଗାଁ, ଟାଟା ପାୱାର ବିରୋଧରେ ବିଦ୍ୟୁତ ସବଷ୍ଟେସନ ଘେରିଲେ ଉପଭୋକ୍ତା

କାମାକ୍ଷାନଗର,୨୫/୦୯: ବାରମ୍ୱାର ବିଦ୍ୟୁତ କାଟକୁ ନେଇ ଟାଟା ପାୱାର ବିରୋଧରେ ବିଦ୍ୟୁତ ସବଷ୍ଟେସନ ଘେରାଉ କଲେ ୬ ଗାଁର ଶତାଧିକ ବିଦ୍ୟୁତ ଉପଭୋକ୍ତା । ମଙ୍ଗଳବାର ରାତିରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବିଦ୍ୟୁତ ସବଷ୍ଟେସନରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ରୋଡ଼ ପଞ୍ଚାୟତର କୁନ୍ଦନଦେଇପୁର, ରୋଡ଼, ନୂଆରୋଡ଼,ଗଇଲୋ ଏବଂ ପାଟରପଦା ପଞ୍ଚାୟତର ସାନକମର ଓ ବଡ଼କମର ଗାଁର ଲୋକମାନେ ଗତ ଶନିବାରଠାରୁ ଅନ୍ଧାର ଭିତରେ ରହୁଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ବିଦ୍ୟୁତ କାଟକୁ ନେଇ ଟାଟା ପାୱାର କର୍ମଚାରୀଙ୍କୁ ଯେତେ କହିଲେ ମଧ୍ୟ, କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ଏହାର ପ୍ରତିବାଦ କରିଛନ୍ତି ଅଞ୍ଚଳବାସୀ । ଏପରିକି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି । 

ଏଭଳି ଭାବରେ ବାରମ୍ୱାର ବିଦ୍ୟୁତ କାଟ ଯୋଗୁଁ ରାତିରେ ପିଲାଙ୍କ ପାଠା ପଢିବାରେ ସମସ୍ୟା ଉତ୍ପନ୍ନ ହେବା ସହ ଗାଁରେ ପାନୀୟ ଜଳ ଯୋଗାଣରେ ମଧ୍ୟ ଅସୁବିଧା ଉପୁଜୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏପରିକି କୌଣସି ସମସ୍ୟା ହେଲେ, ବିଦ୍ୟୁତ ବିଭାଗର କର୍ମଚାରୀ ସହଯୋଗ କରୁନଥିବା ମଧ୍ୟ ସେମାନେ କହିଛନ୍ତି । ତେବେ ଏହି ସମସ୍ୟାର ସମାଧାନ କରି ତୁରନ୍ତ ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ନଚେତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.