ପ୍ରମୂଖ ଖବର
  • ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼
  • ||
  • କଣାସରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି, ଆହୁରି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ,ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ଟ୍ରମ୍ପ ସରକାରଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ଲାଗିଲା ରୋକ୍
  • ||
  • ଶୁକ୍ରବାର ବସିବ ପ୍ରାକ୍ ବଜେଟ୍ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଜି.ଉଦୟଗିରି : କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌, ଯାତାୟତ ବାଧାପ୍ରାପ୍ତ
  • ||
  • ବଜେଟ୍ ୨୦୨୫, ଆଜି ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ,ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଡକାୟତି ପାଇଁ ଯୋଜନା ବେଳେ ଧରାପଡିଲେ ୫ ଲୁଟେରା

Published By : Prameya | January 7, 2025 10:49 PM

ଭଦ୍ରକ,୭।୧  ଡକାୟତି ପାଇଁ ପ୍ଳାନିଂ ବେଳେ ଧରାହେଲେ ୫ ଡକାୟତ । ରାତି ଅଧ ରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ । ଭଦ୍ରକ ଜିଲ୍ଲା ତିହିଡି ପୋଲିସ ଏହି ଡକାୟତ ଗ୍ୟାଙ୍ଗ କୁ ଧରିଛି । ଗିରଫ ଡକାୟତମାନେ ହେଲେ  ଦୋଳସାହିର ଦୁଇ ଭାଇ ଅଜୟ ଦାସ , ସଦାନନ୍ଦ ଦାସ , ସିବରାମ ଜେନା ,  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳ ର ରାଜା ନାୟକ ଓ ଖୋର୍ଦ୍ଧା ଥାନା ଅଞ୍ଚଳ ର ଚନ୍ଦନ ସାହୁ ।  ସେମାନଙ୍କ ପାଖରୁ ଦୁଇଟି ଖଣ୍ଡା,  ଏକ ଲୁହା ରଡ , ଏକ ଛୁରୀ, ହାତୁଡି ପୋଲିସ ଜବତ କରିଛି। 

 ବିଳମ୍ବିତ ରାତି ରେ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଦୋଳସାହି ଗୋରୁହାଟ ପଡିଆରେ ପାଞ୍ଚରୁ ଛ ଜଣ ଲୋକ ଅସ୍ତ୍ର ଶସ୍ତ୍ର ଧରି ଡକାୟତି କରିବାପାଇଁ ସଜବାଜ ହେଉଛନ୍ତି । ତିହିଡି ଏଏସଆଇ ପୋଲିସ ଗାଡିରେ ଥାନା ଷ୍ଟାଫ ସହିତ ଦୋଳସାହି, ଗାଜିପୁର ଓ ଅଭିନଗର ଏରିଆରେ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ବେଳେ ତାଙ୍କୁ ଏ ବିଷୟରେ ଜଣେଇ ଦିଆଗଲା । ପେଟ୍ରୋଲିଂ ଟିମ ରାତି ଗୋଟାଏ ବେଳେ  ଉକ୍ତ ସ୍ଥାନରେ ଚଢାଉ କରିବା ବେଳେ ଅଭିଯୁକ୍ତମାନେ ପୋଲିସ ଟିମ କୁ ଦେଖି ସେଠାରୁ ଦୌଡି ପଳାଇଥିବା ସମୟରେ ପୋଲିସ ପାଞ୍ଚଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ସେମାନେ ଗୁଆମାଳ ଗାଁରେ ଏକ ଘରେ ଡକାୟତି କରିବାପାଇଁ ଏକଜୁଟ ହୋଇଛନ୍ତି ବୋଲି ପୋଲିସକୁ କହିଥିବା ବେଳେ ଗିରଫ ଅପରାଧୀ ମାନେ ଆଗରୁ ବହୁ ଅପରାଧରେ ସମ୍ପୃକ୍ତ ଥ‌ିବାର ଜଣା ଯାଇଛି । ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥରେ ଯାଅ ଆସ କରୁଥିବା ଯାତ୍ରୀ, କିମ୍ବା ରାସ୍ତା କଡ଼ରେ ଥିବା ଘରୁ ଡକାଯତ କରିବାକୁ ସେମାନଙ୍କର ଯୋଜନା ଥିବା ତଦନ୍ତରୁ ଜଣା ଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.