ଭଦ୍ରକ,୧୯/୧୨: ରାତି ଅଧରେ ଆତଙ୍କରାଜ । ଚାନ୍ଦା ପାଇଁ ନିସ୍ତୁକ ମାଡ ମାରି ଧମକାଇଲେ ୩ ଜଣ ନିଶାସକ୍ତ ଯୁବକ । ନଙ୍କା ନ ଦେବାରୁ ଭୁଜାଲି ଏବଂ ବ୍ଲେଡରେ କରିଲେ ଆକ୍ରମଣ । ଘଟଣାରେ ଗୁରୁତର ହେଲେ ୩ ଯୁବକ । ଭଦ୍ରକ ଜିଲ୍ଲା ଟାଉନ ଥାନା ନୂଆ ବସ ଷ୍ଟାଣ୍ଡରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଅଣ୍ଡା ବୋଝେଇ ଟ୍ରକର ଡ୍ରାଇଭରକୁ ୩ ଜଣ ନିଶାସକ୍ତ ଯୁବକ ଟଙ୍କା ଓ ଅଣ୍ଡା ମାଗିଲେ । ଟଙ୍କା ନଦେବାରୁ ଡ୍ରାଇଭରଙ୍କୁ ଧମକାଇ ମାଡ଼ ମାରିଥିଲେ । ଶେଷରେ ଡେରାଇଭର ଜଣକ ନିରୁପାୟ ହୋଇ ଟ୍ରାନ୍ସପୋର୍ଟ ମାଲିକ ଚରମ୍ପା ଅଞ୍ଚଳର ପି ବାସୁଙ୍କୁ ଫୋନ କରିଥିଲେ । ଖବର ପାଇ ପି ବାସୁ ଓ ତାଙ୍କ ଦୁଇ ଜଣ ସହଯୋଗୀଙ୍କ ସହ ଆସିବାରୁ ଏହି ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏଥିରେ ତିନି ଜଣ ନିଶାସକ୍ତ ଯୁବକ ଉତ୍ୟକ୍ତ ହୋଇ ଗୋଡାଇ ଗୋଡାଇ ଛୁରୀ, ଭୁଜାଲି ଏବଂ ବ୍ଲେଡରେ ଆକ୍ରମଣ କରିଥିଲେ । ଏଥିରେ ଟ୍ରାନ୍ସପୋର୍ଟ ମାଲିକ, ଅଣ୍ଡା ବେପାରୀ ଓ ଅଟୋ ମାଲିକ ଗୁରୁତର ହୋଇଥିଲେ। ଉପାୟ ନପାଇ ସେମାନେ ସେଠାରୁ ଅଟୋ ଯୋଗେ ଭଦ୍ରକ ଟାଉନ ଥାନାକୁ ଆସିଥିଲେ । ନିଶାସକ୍ତ ଯୁବକ ତାଙ୍କୁ ରାସ୍ତା ସାରା ଗୋଡାଇ ଆକ୍ରମଣ କରିଥିଲେ। ଥାନାରେ ପହଞ୍ଚି ସମସ୍ତ ଘଟଣା କହିବା ପରେ କିଛି ସମୟ ମଧ୍ୟରେ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଏହାରି ଭିତରେ ନିଶାସକ୍ତ ଯୁବକ ମାନେ ଟ୍ରାନ୍ସପୋର୍ଟ ମାଲିକ ଏବଂ ଗାଡିକୁ ନେଇ ପଳାଇଥିଲେ । ପରେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରାନ୍ସପୋର୍ଟ ମାଲିକ, ଅଣ୍ଡା ବେପାରୀ ଓ ଅଟୋ ମାଲିକଙ୍କୁ ଭର୍ତ୍ତି କରାଯାଇଛି ।