ଭଦ୍ରକ,୩୦।୧୨ : ସୁନା ଗହଣା ଦୋକାନରେ ଭଉଣୀ ବାହାଘର ପାଇଁ ସୁନା ଦେଖିଲେ । ଅଧିକ ରୁ ଅଧିକ ଭଲ ଡିଜାଇନ୍ ଗହଣା ମଧ୍ୟ ଦେଖାଇବା ପାଇଁ କହିଲେ । କିନ୍ତୁ ସବୁ ଭଲ ଡିଜାଇନର ଗହଣା ଦେଖାଇବା ପରେ ସବୁକୁ ଗୋଟାଇ ନେଇ ଦୌଡି ଚାଲିଗଲା ଚୋର। ଭଦ୍ରକ ସହରାଞ୍ଚଳ ଅଧୀନ କୋଣାର୍କ ସୁନା ଦୋକାନରେ ଏଭଳି ଘଟଣା ଘଟିଛି।
ଭଦ୍ରକ ସହରାଞ୍ଚଳ ଅଧୀନ କୋଣାର୍କ ସୁନା ଦୋକାନକୁ ଜଣେ ଗ୍ରାହକ ସୁନା ଗହଣା ନେବା ପାଇଁ ଆସିଥିଲେ । ନୂଆ ନୂଆ ଡିଜାଇନ୍ ର ଗହଣା ଦେଖାଇବା ପାଇଁ କହିଥିଲେ । ପରେ ଦୋକାନ ମାଲିକ ଭିତରୁ ବହୁ ଡିଜାଇନ୍ ର ଗହଣା ବାହାର କରି ଦେଖାଇଥିଲେ । କିଛି ସମୟ ମଧ୍ୟ ରେ ସବୁ ସୁନା ଗହଣାକୁ ଗ୍ରାହକ ଧରି ଦୌଡ଼ି ପଳାଇଥିଲେ । ଗହଣା ଦୋକାନ ର ମାଲିକ ଗ୍ରାହକ ପଛରେ ଦୌଡ଼ି ଆସିବା ବେଳକୁ ଗୋଟିଏ ବାଇକରେ ବସି ପଳାଇଥିଲେ । ଏବେ ଗହଣା ଦୋକାନର ମାଲିକ ଥାନାର ଦ୍ବାରସ୍ଥ ହୋଇଛନ୍ତି ।