ମୁମ୍ବାଇ, ୨୩/୧ : ଅଡ଼ୁଆରେ ଫଶିଲେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ମୁମ୍ବାଇର ଅନ୍ଧେରୀ ମାଜିଷ୍ଟେ୍ରଟ କୋର୍ଟ ରାମ ଗୋପାଳ ବର୍ମାଙ୍କୁ ଚେକ ବାଉନ୍ସ ମାମଲାରେ ୩ମାସର ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଅନ୍ଧେରୀ ମାଜିଷ୍ଟେ୍ରଟ୍ କୋର୍ଟ ଯାହା ୭ବର୍ଷରୁ ଏହି ମାମଲାର ଶୁଣାଣି କରୁଥିଲେ । ମଙ୍ଗଳବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରକାଶ ଯେ, ସତ୍ୟା ଫିଲ୍ମରୁ ଚର୍ଚ୍ଚିତ ହୋଇଥିବା ରାମ ଗୋପାଳ ବର୍ମା ଶୁଣାଣି ସମୟରେ ଉପସ୍ଥିତ ନ ଥିଲେ । ଯେଉଁ କାରଣରୁ ଅଦାଲତ ତାଙ୍କୁ ଗିରଫ ଲାଗି ଏନବିଡବ୍ଲ୍ୟୁ ଜାରି କରିଛନ୍ତି ।
ପ୍ରକାଶ ଯେ, ଏହି ମାମଲା ରାମ ଗୋପାଳ ବର୍ମାଙ୍କ ଫାର୍ମ ତରଫରୁ ଜାରି କରାଯାଇଥିବା ଚେକ୍ ସହ ଜଡ଼ିତ ଅଛି । ରାମ ଗୋପାଳ ବର୍ମାଙ୍କ ଫାର୍ମ ତରଫରୁ ଜାରି ଚେକକୁ ବ୍ୟାଙ୍କରେ ଡିପୋଜିଟ୍ ହୋଇପାରିଲା ନାହିଁ । ଏହା ନେଗୋଶିଏବୁଲ ଇଷ୍ଟୁମେଣ୍ଟ୍ସ ଆକ୍ଟ ଧାରା ୧୩୮ ମାଧ୍ୟମରେ ଅପରାଧ ଅଟେ ।