ଭଦ୍ରକ, ୨୮।୧୨ : ବେଆଇନ ଗାଡ଼ି ଚାଳନା ଓ ନିୟମ ଉଲ୍ଲଙ୍ଘନ ପାଇଁ କଟିଲା ଚାଲାଣ । ଗାଡ଼ି ଜବତ ସହ ମାମଲା ରୁଜୁ କଲେ ଆଞ୍ଚଳିକ ପରିବହନ ଅଧିକାରୀ । ୫ ଟି ଗାଡ଼ି ଜବତ୍ ହୋଇଥିବା ବେଳେ ୧୩ ଗାଡ଼ି ନାଁ ରେ ମାମଲା ରୁଜୁ ହୋଇଛି।
ଭଦ୍ରକ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବାମଦେବ ସାହୁ ଙ୍କ ତତ୍ତ୍ଵାବଧାରେ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳ ରେ ଇଣ୍ଟରସେପ୍ଟରରେ ଯାଞ୍ଚ କରାଯାଉଥିଲା । ପୋଲିସ ସହ ମିଳିତ ଯାଞ୍ଚ ବେଳେ ସମୁଦାୟ ୩ ଲକ୍ଷ ୧୨ ହଜାର ୫ ଶହ ୪୦ ଟଙ୍କା ର ଚାଲାଣ କରାଯାଇଛି । ୧୩ ଗାଡ଼ି ବିରୋଧ ରେ ମାମଲା କରାଯାଇଥିବା ବେଳେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ସହ ଅନ୍ୟାନ୍ୟ କାରଣ ପାଇଁ ୩ ଟି ଟ୍ରାକ୍ଟର ଓ ଗୋଟିଏ ଚିପ୍ସ ବୋଝେଇ ଟିପ୍ପର କୁ ଜବତ୍ କରିଛି ପରିବହନ ବିଭାଗ । ଦୁଇଟି କେସ ରେ ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ପାଇଁ ମଧ୍ୟ କେସ କରାଯାଇଥିବା ଭଦ୍ରକ ଆଂଚଳିକ ପରିବହନ ବିଭାଗ ସୂଚନା ଦେଇଛି ।