ପ୍ରମୂଖ ଖବର

୫ଟି ସଚିବ ଭି.କେ. ପାଣ୍ଡିଆନ୍ ନେଲେ VRS

ଭୁବନେଶ୍ବର, ୨୩/୧୦ :  VRS (ସ୍ବେଚ୍ଛାକୃତ ଅବସର) ନେଲେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ପାଣ୍ଡିଆନଙ୍କ ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ ଚିଠି ଲେଖି ଜଣାଇଛନ୍ତି କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ଭୁପିନ୍ଦର ପାଲ ସିଂ। 

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ. ପାଣ୍ଡିଆନ୍ ୨୦୦୦ମସିହା ବ୍ୟାଚର ଆଇଏଏସ୍ ଅଫିସର । ଗତ ୨୦ତାରିଖରେ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ଯାହାକୁ ଆଜି ମଞ୍ଜୁରି ମିଳିଛି । ସର୍ବଭାରତୀୟ ସେବା ଆଇନ 16(2A)ଅନୁସାରେ ମଞ୍ଜୁର ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଭି.କେ. ପାଣ୍ଡିଆନ୍‌ ୧୯୭୪ମସିହାରେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ କଳାହାଣ୍ଡିର ଧର୍ମଗଡ଼ରେ ସବ କଲେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୨ରୁ ୨୦୦୪ପର୍ଯ୍ୟନ୍ତ ସବ୍ କଲେକ୍ଟର ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ପରେ ସେ ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ ଥିଲେ । ଏହାପରେ ଗଞ୍ଜାମ ଜିଲ୍ଲାପାଳ ଭାବେ ୨୦୦୭ରୁ ୨୦୧୧ପର୍ଯ୍ୟନ୍ତ ଥିଲେ । ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.