ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ମୃତଦେହ ଧରି ଆମ୍ବୁଲାନ୍ସରେ ଘରକୁ ଫେରୁଥିଲେ, ଟ୍ରକ ସହ ହେଲା ଧକ୍କା : ୪ ଆହତ

Published By : Prameya | March 20, 2025 10:27 PM

ମାଲକାନଗିରି, ୨୦/୩(ଆପ୍ର ) : ମୃତଦେହଧରି ଆମ୍ବୁଲାନ୍ସରେ ଘରକୁ ଫେରୁଥିବା ସମୟରେ ଟ୍ରକ ସହିତ ଧକ୍କାଲାଗି ୪ଜଣ ଆହତ ହୋଇଛନ୍ତି। ଏପରି ଘଟଣା ମାଲକାନଗିରି ଜିଲ୍ଲା ଟାଉନଥାନା ଅଧିନସ୍ଥ  ଜୟପୁର ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ସିନ୍ଦ୍ରିମାଲ ଗ୍ରାମ ନିକଟରେ ଗୁରୁବାର ଘଟିଚି । ଏଥିରେ ୪ଜଣ ଆହତ ହୋଇଛନ୍ତି।

ଜୟପୁର ଠାରୁ ମାଲକାନଗିରି ଅଭିମୁଖେ ମୃତଦେହ ନେଇ ଏକ ଆମ୍ବୁଲାନ୍ସ  ଆସୁଥିଲା। ଏହି ସମୟରେ ଜୟପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଯେଉଁଥିରେ ଆମ୍ବୁଲାନ୍ସ ଭିତରେ ମୃତଦେହ ସହିତ ବସିଥିବା ଗୋଟିଏ ପରିବାରର ୩ ଜଣ ଏବଂ ଆମ୍ବୁଲାନ୍ସ ଡ଼୍ରାଇଭର ଆହତ ହୋଇଛନ୍ତି। ମାଲକାନଗିରି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚି ସମସ୍ତ ଆହତଙ୍କୁ ମାଲକାନଗିରି ଚିକିତ୍ସାଳୟକୁ ଭର୍ତ୍ତି କରିବା ସହିତ ଟ୍ରକକୁ ଅଟକ ରଖିଛି। ତେବେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇ ଥିବାର ଜଣାପଡ଼ିଛି। 

 ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ସଦରମହକୁମା ନିକଟସ୍ଥ ଏମଭି ୪୩ ଗ୍ରାମର ଶାନ୍ତି ମଣ୍ଡଳ କୌଣସି କାରଣରୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ  ପରିବାର ଲୋକେ ଚିକିତ୍ସା ପାଇଁ ନେଇଥିଲେ । ଶାନ୍ତି ମଣ୍ଡଳଙ୍କ ସହିତ ତାଙ୍କର ସ୍ତ୍ରୀ ଛବି ମଣ୍ଡଳ ଏବଂ ଦୁଇ ପୁଅ ବାପାଙ୍କ ର ଚିକିତ୍ସା ପାଇଁ ଯାଇଥିଲେ। ତେବେ ବ୍ରହ୍ମପୁର ମେଡିକାଲରେ ବାପାଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ନେଇ ଘରକୁ ଫେରିବା ସମୟରେ ମାଲକାନଗିରି ନିକଟସ୍ଥ ସିନ୍ଦ୍ରିମାଲ ଠାରେ ଦୁର୍ଘଟଣାରେ ଆହତ  ହୋଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.