ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦ୍ୱିତୀୟ ପର୍ଯ୍ୟାୟ ଭୋଟ : ୩୫ ବିଧାନସଭା ଆସନରୁ ୩୦ ବିଜେଡି ପ୍ରାର୍ଥୀ କୋଟିପତି; ସର୍ବାଧିକ ଋଣ ମୁଣ୍ଡାଇଛନ୍ତି ଦୀପାଳି

ଭୁବନେଶ୍ୱର, ୧୫।୫: ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂ ଦେଓ ଦ୍ୱିତୀୟ ସର୍ବାଧିକ ସମ୍ପତ୍ତି ସଞ୍ଚିଛନ୍ତି । ରାଜପରିବାରରୁ ଆସିଥିବା କଳିକେଶ ଏଥର ବଲାଙ୍ଗୀର ବିଧାନସଭା ଆସନରୁ ଲଢ଼ୁଛନ୍ତି । ସେ ୭୩ କୋଟି ଟଙ୍କା ସମ୍ପତ୍ତିର ମାଲିକ । ତାଙ୍କ ପାଖରେ ୩୯ କୋଟି ୨୬ ଲକ୍ଷର ସ୍ଥାବର ଓ ୩୪ କୋଟି ୪୦ ଲକ୍ଷର ଅସ୍ଥାବର ସମ୍ପତ୍ତି ଅଛି । ସେ ୮ କୋଟି ଟଙ୍କା ଋଣ ବୋଝ ବି ମୁଣ୍ଡାଇଛନ୍ତି । 

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧନୀ ପ୍ରାର୍ଥୀ ତାଲିକାର ତୃତୀୟରେ ଅଛନ୍ତି । ଏଥର କଣ୍ଟାବାଞ୍ଜି ଓ ହିଞ୍ଜିଳି ଆସନରୁ ଲଢ଼ୁଛନ୍ତି ନବୀନ । ତାଙ୍କ ସମ୍ପତ୍ତିର ମୂଲ୍ୟ ୭୧ କୋଟି ଟଙ୍କାରୁ ଅଧିକ । ସେଥିରୁ ୫୭ କୋଟି ଟଙ୍କାର ସ୍ଥାବର ଓ ୧୪ କୋଟିର ଅସ୍ଥାବର ସମ୍ପତ୍ତି ଅଛି । ଗତ ଆର୍ଥିକ ବର୍ଷରେ ନବୀନ ୯୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଥିଲେ । ଏଡିଆର୍‌ (ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ) ରିପୋର୍ଟରେ ବିଧାୟକଙ୍କ ସମ୍ପତ୍ତି ତାଲିକାରୁ ଏହା ଜଣାପଡ଼ିଛି । ଦ୍ୱିତୀୟ ପର୍ଯ୍ୟାୟରେ ୩୫ଟି ନିର୍ବାଚନମଣ୍ଡଳୀ ମଇଦାନରେ ୨୬୫ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ୯୫ଜଣ ପ୍ରାର୍ଥୀ କୋଟିପତି । ୨୩ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୫ କୋଟି ଟଙ୍କାରୁ ଅଧିକ । ୩୬ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୨ରୁ ୫ କୋଟି ଟଙ୍କା ଭିତରେ ରହିଛି । ୨୭ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ ଲକ୍ଷ ଛୁଇଁନଥିବା ସତ୍ୟପାଠରେ ଦର୍ଶାଯାଇଛି । ମୋଟ ୩୫ ବିଧାନସଭା ଆସନରୁ ୩୦ଜଣ କୋଟିପତି ପ୍ରାର୍ଥୀଙ୍କୁ ଟିକଟ ଦେଇଛି ବିଜେଡି । 

ସର୍ବାଧିକ ଋଣ ମୁଣ୍ଡାଇଛନ୍ତି ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ସେ ୩୭ କୋଟି ଟଙ୍କାର ମାଲିକ । ତଥାପି ୧୯ କୋଟିରୁ ଅଧିକ ଟଙ୍କାର ଋଣ ବୋଝ ତାଙ୍କ ମୁଣ୍ଡରେ । ସର୍ବାଧିକ ରୋଜଗାରରେ ମଧ୍ୟ ଦୀପାଳି ସର୍ବାଗ୍ରେ । ୨୦୨୨- ୨୩ ମସିହାରେ ତାଙ୍କର ବାର୍ଷିକ ରୋଜଗାର ହେଉଛି ୭୬ ଲକ୍ଷ ଟଙ୍କା । ପରିବାର ଲୋକଙ୍କ ଆୟ ମିଶାଇଲେ, ରୋଜଗାର ଗ୍ରାଫ୍‌ ୬ କୋଟି ଟଙ୍କା ଟପିଯିବ । ଆୟ ତାଲିକାରେ ଦ୍ୱିତୀୟରେ ଅଛନ୍ତି ଦିଲ୍ଲୀପ ରାୟ । ସେ ବାର୍ଷିକ ୬୭ ଲକ୍ଷ ଟଙ୍କା ରୋଜଗାର କରନ୍ତି । ମେ’ ଫେୟାର ହୋଟେଲରୁ ମିଳୁଥିବା ଭଡ଼ା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠୁ ପାଉଥିବା ପେନସନରୁ ଏତିକି ରୋଜଗାର କରୁଥିବା ସେ ଆୟକର ରିଟର୍ଣ୍ଣରେ ଦର୍ଶାଇଛନ୍ତି । ତାଙ୍କ ପତ୍ନୀଙ୍କ ଆୟ ମିଶିଲେ ୨ କୋଟି ୯୯ ଲକ୍ଷ ଟଙ୍କା ଟପିଯିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.