ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉତ୍ତରରେ ପ୍ରିୟଦର୍ଶୀଙ୍କ ଜୋରଦାର ପ୍ରଚାର, କହିଲେ, ‘ମୁଁ ଜିତିଲେ ମାସକରେ ହଟାଇବି ଅଳିଆ ଗଦା’

ଚନ୍ଦ୍ରଶେଖରପୁର, ୧୫।୫: ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଉତ୍ତର ନିର୍ବାଚନମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି । ସକାଳେ କଲ୍ୟାଣପୁର ପଞ୍ଚାୟତ, ସନ୍ଧ୍ୟାରେ ଗାଡ଼କଣ ଓ ରଙ୍ଗମାଟିଆରେ ରୋଡ ସୋ’ କରିଛନ୍ତି । ପ୍ରସାର ଭାରତୀ କେନ୍ଦ୍ର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଗାଡ଼କଣ ଅଳିଆ ଗଦା ନିକଟରେ ପହଞ୍ଚିଥିଲେ । କହିଲେ, ଅଳିଆ ଗଦା ପାଇଁ ଏଠାକାର ବାସିନ୍ଦାଙ୍କ ସହ ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛନ୍ତି । ପ୍ରବଳ ଦୁର୍ଗନ୍ଧ ସହ ଚର୍ମ ରୋଗ ବୃଦ୍ଧି ପାଉଛି । କିଛି ବାସିନ୍ଦାଙ୍କ ରହିବା ମୁସ୍କିଲ ହୋଇ ପଡ଼ିଲାଣି । ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ଅନେକ ଥର ବିଜେପି ଧାରଣାରେ ବସିଛି । ମୁଁ ନିର୍ବାଚିତ ହେଲେ ମାସକ ମଧ୍ୟରେ ଅଳିଆ ଗଦା ଏଠାରୁ ହଟାଇବି । ସକାଳେ କଲ୍ୟାଣପୁର ପଞ୍ଚାୟତରେ ପ୍ରଚାର କରିଥିଲେ ପ୍ରିୟଦର୍ଶୀ । ସାଙ୍ଗରେ ଥିଲେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ଉଭୟେ ପହଞ୍ଚିବା କ୍ଷଣି ଗାଁର ମହିଳା ପୁରୁଷମାନେ ସେମାନଙ୍କୁ ସ୍ୱାଗତ କରିଥିଲେ । 

ପରେ ବିରାଟ ବାଇକ ଶୋଭାଯାତ୍ରାରେ ପଞ୍ଚାୟତ ପରିକ୍ରମା କରି ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଗଠନ ନିମନ୍ତେ ନିବେଦନ କରିଥିଲେ । ପଞ୍ଚାୟତରେ ପାନୀୟ ଜଳ ସମସ୍ୟାକୁ ଦୂର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦାଢ଼ା, ରଘୁନାଥପୁର, ବରିମୁଣ୍ଡ ଓ ଇଞ୍ଜଣା ଆଦି ୪ଟି ପଞ୍ଚାୟତର ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ । ଢାୱା ସ୍ଥିତ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରୋଡ଼ ଶୋ ଖଇରାପଡ଼ା, ଗଣ୍ଡରପୁରର ସାହିବସ୍ତି ବୁଲି କଲ୍ୟାଣପୁର ସୋମନାଥ ମନ୍ଦିରରେ ଶେଷ ହୋଇଥିଲା । ଶୋଭାଯାତ୍ରାକୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୁନାଲ କୁମାର ରାଉତ, ବସନ୍ତ କୁମାର ପରିଡ଼ା, ବାବୁଲି ନନ୍ଦ, ଅଶୋକ କୁମାର ସେଠୀ, ବସନ୍ତ କୁମାର ତ୍ରିପାଠୀ, ପ୍ରଦୀପ କୁମାର ଜେନା, ନଗେନ କୁମାର ବିଶୋଇ, ରଶ୍ମିରେଖା ଜେନା ପରିଚାଳନା କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.