ନୟାଗଡ,୧୩।୪ : ଗଣିଆ ଥାନା କୃଷ୍ଣପଲ୍ଲି ଗାଁରେ ଅଘଟଣ । ବାଣ ତିଆରି କରୁଥିବାବେଳେ ହଠାତ ବିସ୍ଫୋରଣ ଘଟିବାରୁ ତିନି ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।
କୃଷ୍ଣପଲ୍ଲି ଗାଁ ଠାରୁ କିଛି ଦୂରରେ ଥିବା ଏକ ଆଜବେଷ୍ଟସ ଘରେ ଅଚ୍ୟୁତ ପ୍ରଧାନ ଓ ତାଙ୍କ ପରିବାର ବାଣ ତିଆରିକରି ବିକ୍ରି କରୁଥିଲେ । ରବିବାର କୌଣସି କାରଣରୁ ସେଠାରେ ବାଣ ବିସ୍ଫୋରଣ ହୋଇ ଯାଇଥିଲା ଫଳରେ ଆଜବେଷ୍ଟସ ଘରଟି ସମ୍ପୁର୍ଣ୍ଣ ରୁପେ ଭାଙ୍ଗି ଯାଇଛି । ବିସ୍ଫୋରଣ ଫଳରେ ଅଚ୍ୟୁତ ଓ ତାଙ୍କ ସ୍ତ୍ରୀ ଗିତା ପ୍ରଧାନ ଏବଂ ସେହି ବାଟ ଦେଇ ଯାଉଥିବା ଗାଁର ଆଉ ଜଣେ ବ୍ୟକ୍ତି ବାହାଦୁର ନାୟକ ଗୁରୁତର ହୋଇଥିଲେ | ଗୁରୁତର ଗିତାଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିବାବେଳେ ବାହାଦୁର ନାୟକ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଚ୍ୟୁତ ଆହତ ହୋଇଥିଲେ ମଧ୍ୟ ସେ ମେଡିକାଲକୁ ଆସିନାହାନ୍ତି । ପଣାସଂକ୍ରାନ୍ତି ଏବଂ ଲଙ୍କାପୋଡି ଯାତ୍ରା ଥିବାରୁ ଅଧିକ ସଂଖ୍ୟକ ବାଣ ସେଠାରେ ଥିବା ଅନୁମାନ କରାଯାଉଛି ।