ଭୁବନେଶ୍ବର,୧୫/୦୨: ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ । ଫଳରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବାଲେଶ୍ଵର ଜିଲ୍ଲା ରୂପସା ଥାନା ୬୦ ନମ୍ବର ଜାତୀୟ ରାଜପଥର ମିରିଗୀମୁଣ୍ଡି ଛକ ନିକଟରେ ଏହି ଘଟଣା ଘଟିଛି ।
ଏହା ମଧ୍ୟ ପଢନ୍ତୁ- ୭୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ଲକ୍ଷ୍ୟ, କଟନୀ ଛଟନୀକୁ ନେଇ ସରକାର ଆଲର୍ଟ
ସୂଚନା ଅନୁସାରେ, ଆଜି ସକାଳ ୭.୩୦ ମିନିଟ ସମୟରେ WB29B7400 ନମ୍ବର ଥିବା ଏକ ଟ୍ରକରେ କାଠ ଗଣ୍ଡି ସବୁ ଲୋଡ ହୋଇ ଯାଉଥିଲା । ସେହି ସମୟରେ ପଛପଟୁ ଆଉ ଏକ OD05BK9216 ନମ୍ବର ଥିବା କାଜୁ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପଛ ଗାଡ଼ିରେ ଥିବା ତିନି ଜଣ ଗାଡ଼ି ଭିତରେ ଚାପି ହୋଇ ରହିଥିଲେ। ଏହି ଘଟଣା ବିଷୟରେ ଖବରପାଇ ବସ୍ତା ଦମକଳ ବାହିନୀ, ରାଜପଥ କର୍ତ୍ତୁପକ୍ଷ, ରୂପସା ପୋଲିସ ପହଞ୍ଚି କଟର ଦ୍ଵାରା ଗାଡ଼ିକୁ କାଟି ତିନି ଜଣ ଲୋକଙ୍କୁ ଉଦ୍ଧାର କରିଛି। ଏଥିସହ ସମସ୍ତ ଗୁରୁତଙ୍କୁ ବାଲେଶ୍ଵର ମେଡିକାଲକୁ ପଠାଇ ଥିବା ବେଳେ ରୁପସା ପୋଲିସ ଗାଡି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।