ନୂଆଦିଲ୍ଲୀ: ୨୬/୧୧ ମୁମ୍ୱାଇ ଆତଙ୍କି ଆକ୍ରମଣର ମଷ୍ଟରମାଇଣ୍ଡ ତେହବୁର ରାଣା ଦିଲ୍ଲୀରେ ପହଞ୍ଚିଛି। ଆମେରିକାରୁ ଭାରତୀୟ ଅଧିକାରୀମାନେ ତାକୁ କଡା ସୁରକ୍ଷା ମଧ୍ୟରେ ଆଣି ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛନ୍ତି।
ରାଣାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି। ଅତ୍ୟଧିକ ସୁରକ୍ଷା ପାଇଁ ଏହି ବିମାନରେ ଭାରତୀୟ ଗୁପ୍ତଚର ତଥା ଅନୁସନ୍ଧାନକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବିମାନବନ୍ଧରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥାର ଅନୁପାଳନ କରାଯାଇଥିଲା। ଦିଲ୍ଲୀର ପଲାମ ବିମାନ ବନ୍ଦରରେ ରାଣାକୁ ନବା ପାଇଁ ବୁଲେଟ ପ୍ରୁଫ ଗାଡି ସାଙ୍ଗକୁ ସଶସ୍ତ୍ର କମାଣ୍ଡୋମାନେ ମୃତ୍ତୟନ ରହିଥିଲେ।
ରାଣାକୁ ନେଇ ଆସିଥିବା ବିମାନଟି ସଂଧ୍ୟ୍ୟା ୬ଟା ୩୦ ସୁଦ୍ଧା ବିମାନବନ୍ଦରରେ ଅବତରଣ କରିଥିଲା। ଏହାପରେ ତାକୁ ଏକ କନଭୟରେ ଜାତୀୟ ଅନୁସନ୍ଧାନ ସଂସ୍ଥା(ଏନଆଇଏ)ର ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ ରାଣାକୁ ପଚରାଉଚରା କରିବା ପାଇଁ ପୂର୍ବରୁ ଏକ ଉଚ୍ଚ ସୂରକ୍ଷା ସମ୍ପନ୍ନ ଇଣ୍ଟରୋଗେସନ କକ୍ଷ ପ୍ରସ୍ତୁତ କରାଯାଇଥିଲା। ସେଠାରେ ରାଣାକୁ ୨୬/୧୧ ଆକ୍ରମଣରେ ତାର ଭୂମିକା କଣ ରହିଥିଲା ସେନେଇ ଏନଆଇଏର ଅଧିକାରୀମାନେ ପଚରାଉଚରା କରିବେ ବୋଲି ଜଣାପଡିଛି। ଆପଣଙ୍କୁ ଜଣାଇରଖୁ ଯେ ୨୦୦୮ ମସିହାରେ ହୋଇଥିବା ଏହି ଆକ୍ରମଣରେ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିରେ ଅନେକ ବିଦେଶ ନାଗରିକ ମଧ୍ୟ ରହିଥିଲେ।
ଏହାପରେ ରାଣାଙ୍କୁ ଦିଲ୍ଲୀ ଅଦାଲତରେ ହାଜର କରାଯିବ ବୋଲି ସୂଚନା ରହିଚି। ତାଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର, ଭାରତ ବିରୋଧରେ ଯୁଦ୍ଧ ଘୋଷଣା, ହତ୍ୟା, ଜାଲିଆତି ଏବଂ ଅନୈତିକ କାର୍ଯ୍ୟକଳାପ (ନିଷେଧ) ଅଧିନିୟମ ଅଧୀନରେ ବହୁତ ଅଭିଯୋଗ ରହିଛି।
ରାଣାଙ୍କ ପ୍ରତ୍ୟାର୍ପଣ ଭାରତ ପାଇଁ ଏକ ବଡ଼ କୂଟନୈତିକ ସଫଳତା ଭାବେ ଅଭିହିତ କରାଯାଉଛି। ଯାହା ଆକ୍ରମଣର ୧୫ ବର୍ଷରୁ ଅଧିକ ସମୟ ପରେ ନ୍ୟାୟ ପାଇଁ ତାକୁ ଭାରତକୁ ପ୍ରତ୍ୟାର୍ପଣକୁ ଦର୍ଶାଉଛି ।