ପ୍ରମୂଖ ଖବର
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଭାଲୁ ଆକ୍ରମଣରେ ୨ ଗୁରୁତର

ଝୁମ୍ପୁରା,୧।୭ : କେନ୍ଦୁଝର ବନଖଣ୍ଡ, ପଳାଶପଙ୍ଗା ସେକ୍ସନର ରାଇକଳା ଅଞ୍ଚଳରେ ଭାଲୁ ଆତଙ୍କ। ସୋମବାର ସକାଳେ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ରାଇକଳା ଗ୍ରାମର ପ୍ରୀୟରାଜ ବାରିକ ଏବଂ ସୁମିତ୍ରା ମହାନ୍ତ। ଉଭୟଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। 

ସୂଚନା ମୁତାବକ, ସୋମବାର ସକାଳେ ପ୍ରୀୟରାଜ ଏବଂ ସୁମିତ୍ରା କୌଣସି କାମରେ ଗାଁ ନିକଟସ୍ଥ ହୁଡ଼ି ଆଡ଼କୁ ଯାଇଥିଲେ। ଏହି ସମୟରେ ସେଠାରେ ଥିବା ୪ ଟିକିଆ ଭାଲୁ ପଲଙ୍କ ହାବୁଡରେ ପଡ଼ି ଯାଇଥିଲେ। ତେବେ ନିକଟରେ ଥିବା କିଛି ଲୋକ ହୋହାଲ୍ଲା କରିବାରୁ ୪ ଭାଲୁ ସେମାନଙ୍କୁ ଛାଡି ଚାଲି ଯାଇଥିଲେ ମଧ୍ୟ ଭାଲୁ ଆକ୍ରମଣରୁ ବର୍ତ୍ତି ପାରିନଥିଲେ ପ୍ରିୟରାଜ ଏବଂ ସୁମିତ୍ରା। ଭାଲୁ ଆକ୍ରମଣରେ ପ୍ରୀୟରାଜଙ୍କ ଦୁଇ ଗୋଡ କ୍ଷତାକ୍ତ ହୋଇଥିବାବେଳେ ସୁମିତ୍ରାଙ୍କ ଗୋଡ ଏବଂ ହାତରେ କ୍ଷତ ହୋଇଛି। ସ୍ଥାନୀୟ ଲୋକେ ଉଭୟଙ୍କୁ ଝୁମ୍ପୁରା ଡାକ୍ତରଖାନାକୁ ପଠାଇଛନ୍ତି। ସେଠାରେ ଉଭୟଙ୍କ ଚିକିତ୍ସା ଚାଲିଥିବାବେଳେ ଉଭୟଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଚିକିତ୍ସା ସହ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ପଳାଶପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.