ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭାରତୀୟ ରେଳପଥକୁ ୨.୬୨ ଲକ୍ଷ କୋଟିର ବ୍ୟୟବରାଦ, ରେଳ ନିରାପତ୍ତା ପାଇଁ ଲକ୍ଷେ କୋଟି

ନୂଆଦିଲ୍ଲୀ, ୨୪/୦୭ : ବଜେଟରେ ଭାରତୀୟ ରେଳପଥକୁ ୨.୬୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏଥିରେ ବିଭିନ୍ନ ନିରାପତ୍ତା କାର୍ଯ୍ୟପାଇଁ ରେଲୱେ ୧.୦୮ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଲୱେକୁ ବ୍ୟୟବରାଦ ଏଥର ରେକର୍ଡ କରିଛି । ନିରାପତ୍ତାକୁ ପ୍ରାଥମିକତା ଦେଇ ୧.୦୮ ଲକ୍ଷ କୋଟିର ପୁଞ୍ଜି ବିନିଯୋଗ କରାଯିବ । ପୁରୁଣା ଟ୍ରାକ୍‌ର ନବୀକରଣ, ସିଗନାଲ ବ୍ୟବସ୍ଥାରେ ଉନ୍ନତି, କବଚ ସିଷ୍ଟମର ଇନଷ୍ଟାଲ କରିବା, ଫ୍ଲାଏ ଓଭର ଏବଂ ଅଣ୍ଡର୍‌ପାସ ନିର୍ମାଣ ଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯିବ । କବଚ ୪.୦ ସିଷ୍ଟମକୁ ନିକଟରେ ନିକଟରେ ରେଲୱେ ଅନୁମୋଦନ ପ୍ରଦାନ କରିଛି । ଏଥିରେ ହାର୍ଡୱେର, ସଫ୍ଟୱେର, ଅପ୍ଟିକାଲ ଫାଇବର, ଟେଲିକମ୍‌ ଟାୱାର, ଟ୍ରାକ ସିଷ୍ଟମ, ଡାଟା ସେଣ୍ଟର ଆଡମିନିଷ୍ଟ୍ରେଶନ ତ୍ୱରିତ ଭାବେ ସ୍ଥାପନ କରାଯିବ । ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣା ପରେ ନୂଆ ଘୋଷଣା ଆସିଥିଲା । ନିକଟରେ ଘଟିଥିବା ଚଣ୍ଡିଗଡ ଦିବ୍ରୁଗଡ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ୪ ଲୋକ ମୃତ୍ୟୁ ମୁଖରେ ପଡିଛନ୍ତି । ସେହିଭଳି ପଶ୍ଚିମବଙ୍ଗର ରଙ୍ଗପାଣିଠାରେ ସିଲଦା ଭିତ୍ତିକ କାଞ୍ଜନଜଙ୍ଗା ଏକ୍ସପ୍ରେସ ମାଲବାହୀ ଟ୍ରେନରେ ଧକ୍କା ହେବାରୁ ୧୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଆହତ ହୋଇଥିଲେ । 

ବୈଷ୍ଣବ ପୁଣି କହିଛନ୍ତି, ସାଧାରଣ ବର୍ଗର ରେଳ ଯାତ୍ରା ଚାହିଦା ଦ୍ରୁତ ହୋଇଛି । ଏହାକୁ ନଜରରେ ରଖି ରେଲୱେ ୧୦ ହଜାର ଅତିରିକ୍ତ ଜେନେରାଲ କୋଚ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । ବଜେଟ ବ୍ୟୟବରାଦ ଦ୍ୱାରା ଏହି ଚାହିଦାକୁ ପୂରଣ କରିବେ ସରକାର । ଗତ ୧୦ ବର୍ଷରେ ରେଲୱେ ୫ ଲକ୍ଷ ନିଯୁକ୍ତି ପ୍ରଦାନ କରିଛି । ପୂର୍ବ ସରକାରଙ୍କ ତୁଳନାରେ ଏହା ୨୦% ଅଧିକ । ରେଳପଥ ନୂଆ ପ୍ରକଳ୍ପ ଆଣିବା ଉପରେ ଫୋକସ କରୁଛି । ଏହା ମଧ୍ୟରେ କାଶ୍ମୀର ଏବଂ ଉତ୍ତରପୂର୍ବ ଭାରତକୁ ଯୋଡିବା ଭଳି ବିଭିନ୍ନ ପ୍ରକଳ୍ପ ସାମିଲ ରହିଛି । ବନ୍ଦେ ମେଟ୍ରୋ, ବନ୍ଦେ ଭାରତ, ଅମୃତ ଭାରତ ଭଳି ପ୍ରକଳ୍ପ ଗୁଡିକ ମଧ୍ୟ ହାତକୁ ନିଆଯିବ । ଗତ ଆର୍ôଥକ ବର୍ଷରେ ଅର୍ଥମନ୍ତ୍ରୀ ରେଳପଥକୁ ୨.୪୦ ଲକ୍ଷ କୋଟିର ପାଣ୍ଠି ପ୍ରଦାନ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.