ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଅଧିକ ୧୧ ହଜାର କୋଟି, ଟିକସ ଭାଗ ବଢ଼ିବ ୧୦ ହଜାର କୋଟି

ଭୁବନେଶ୍ୱର, ୨୪/୦୭ : କେନ୍ଦ୍ରୀୟ ଟିକସରେ ଭାଗ ବାବଦରେ ଓଡ଼ିଶା ୫୬ ହଜାର ୪୭୪ କୋଟି ଟଙ୍କା ପାଇବ । କେନ୍ଦ୍ରୀୟ ଅନୁଦାନରେ ମୋଟ ୩୪ ହଜାର କୋଟି ଟଙ୍କା ମିଳିପାରେ । ଚଳିତ ଆର୍ଥିକ ବର୍ଷ ତୁଳନାରେ କେନ୍ଦ୍ରୀୟ ଟିକସ ଭାଗ ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ପାଖାପାଖି ୧୧ ହଜାର କୋଟି ଟଙ୍କା ଅଧିକ ମିଳିବ ଓଡ଼ିଶାକୁ ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ । ଏଭଳି ସୂଚନା ମିଳିଛି କେନ୍ଦ୍ର ବଜେଟ୍‌ ପ୍ରସ୍ତାବରୁ । 

ଏହାଛଡ଼ା ପୂର୍ବୋଦୟ ଯୋଜନାରେ ରାଜ୍ୟର ଭିତ୍ତିଭୂମି, ମାନବ ସମ୍ବଳ ବିକାଶକୁ ପ୍ରାଥମିକତା ଦେବା ସହ ଅର୍ଥନୈତିକ ସୁଯୋଗ ସୃଷ୍ଟି ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଓଡ଼ିଶା ସମେତ ପୂର୍ବ ଭାରତର ରାଜ୍ୟଗୁଡ଼ିକ ଯେମିତି ବିକଶିତ ଭାରତର ଇଂଜିନ ସାଜିବ ସେଥିପାଇଁ ସ୍ୱତନ୍ତ୍ର ଯୋଜନା ତିଆରି କରିବ କେନ୍ଦ୍ର । ଏହାଛଡ଼ା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କେନ୍ଦ୍ରୀୟ ବଜେଟ ପ୍ରସ୍ତାବରେ କୁହାଯାଇଛି । ଅର୍ଥମନ୍ତ୍ରୀ କହିଥିଲେ, ଓଡ଼ିଶାର ମନ୍ଦିର, କଳା ଓ ସ୍ଥାପତ୍ୟ, ଅଭୟାରଣ୍ୟ ଓ ସ୍ୱଚ୍ଛ ବେଳାଭୂମିର ବିକାଶ ପାଇଁ ସହାୟତା ଯୋଗାଇ ଦିଆଯିବ । ଟିକସ ଭାଗ ବାବଦରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ମୋଟ ୧୨ ଲକ୍ଷ ୪୭ ହଜାର ୨୧୧ କୋଟି ଟଙ୍କା ଦେବେ । 

ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିଶ ଅନୁସାରେ ଓଡ଼ିଶା ଭାଗ ହେଉଛି ୪.୫୨୮ ପ୍ରତିଶତ । ଏହି ହାରରେ ଓଡ଼ିଶା ୫୬ ହଜାର ୪୭୪ କୋଟି ଟଙ୍କା ପାଇବ ୨୦୨୪-୨୫ରେ । ୨୦୨୩-୨୪ରେ ବଜେଟ ଅଟକଳରେ ଟିକସ ଭାଗ ଥିଲା ୪୬ ହଜାର ୨୫୧ କୋଟି ଟଙ୍କା । ଏ ବର୍ଷ ୧୦ ହଜାର ୨୨୩ କୋଟି ଟଙ୍କା ଅଧିକ ମିଳିବ ଏ ବାବଦରେ । କିନ୍ତୁ ବଜେଟ୍‌ ପ୍ରସ୍ତାବଠୁ ଅଧିକ ପାଇଛି ଓଡ଼ିଶା । କେନ୍ଦ୍ର ଟିକସ ଆୟ ଆକଳନଠୁ ଅଧିକ ହେବାରୁ ରାଜ୍ୟ ୫୦ ହଜାର ୧୧ କୋଟି ଟଙ୍କା ପାଇଥିଲା ବୋଲି ସଂଶୋଧିତ ବଜେଟ୍‌ ପ୍ରସ୍ତାବରୁ ସ୍ପଷ୍ଟ ହେଉଛି । ଏଣୁ କେନ୍ଦ୍ରୀୟ ଟିକସ ଭାଗ ବାବଦରେ ଗତ ବର୍ଷ ତୁଳନାରେ ୬ ହଜାର ୨୦୦ କୋଟି ଅଧିକ ମିଳିବ ରାଜ୍ୟକୁ । 

କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଓ କେନ୍ଦ୍ରୀୟ ଯୋଜନାରେ ଅନୁଦାନ (ଗ୍ରାଣ୍ଟ୍‌ ଇନ୍‌ ଏଡ୍‌) ବାବଦରେ କେନ୍ଦ୍ର ସରକାର ଆଗାମୀ ଆର୍ଥିକ ବର୍ଷ ମୋଟ ୩୪ ହଜାର କୋଟି ଟଙ୍କା ଦେବାର ଆଶା ରହିଛି । ଚଳିତ ଆର୍ଥିକ ବର୍ଷ (୨୦୨୩-୨୪) ଏ ବାବଦରେ ମୋଟ ୩୨ ହଜାର ୭୮୮ କୋଟି ଟଙ୍କା ପାଇବେ ବୋଲି ବଜେଟ୍‌ ଅଟକଳ ହୋଇଥିଲା, କିନ୍ତୁ ମିଳିଲା ୨୮ ହଜାର ୯୮୮ କୋଟି ଟଙ୍କା । ଏଣୁ ଏ ବାବଦରେ ପାଖାପାଖି ୫ ହଜାର କୋଟି ଅଧିକ ପାଇବ ଓଡ଼ିଶା ।

  • prameyanews
  • PrameyaOdia
  • prameya
  • Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.