ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ

Published By : Harapriya Sethi | March 23, 2025 10:58 AM

ଭୁବନେଶ୍ୱର, ୨୩/୦୩: କେନ୍ଦୁଝର ଜିଲ୍ଲା ନରଣପୁରରେ ଅଘଟଣ । ପୋଖରୀରେ ଗାଧୋଉଥିବା ବେଳେ ୧୦ ଶ୍ରେଣୀ ଛାତ୍ର ବୁଡ଼ି ଯାଇ ନିଖୋଜ ହୋଇଛନ୍ତି । ନିଖୋଜ ଛାତ୍ର ଜଣଙ୍କ ଟାଙ୍ଗରିଆପାଳ ଅଞ୍ଚଳ ସମୀର ବେହେରା ବୋଲି ଜଣାପଡିଛି । ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛନ୍ତି । 

ଏହି ଖବରଟିକୁ ପଢନ୍ତୁ- ମର୍ଣ୍ଣିଂ ୱାକ୍‌ କଲାବେଳେ ୨ ମହିଳାଙ୍କଠୁ ଲୁଟ୍, ବାଇକ୍‌ରେ ଆସି ସୁନା ଅଳଙ୍କାର ଝାମ୍ପିନେଲେ ୩ ଦୁର୍ବୃତ୍ତ

ସୂଚନା ମୁିତାବକ, ସମୀର ତାଙ୍କ ଘର ଲୋକଙ୍କ ସହିତ କେନ୍ଦୁଝର ନରଣପୁର ରତ୍ନାସାହିରେ ରହୁଥିବା ଭଉଣୀଙ୍କ ଘରକୁ ଆସିଥିଲେ । ରବିବାର ସକାଳ ସମୟରେ ସେ ଗାଁ ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିବା ମାଆ କହିଛନ୍ତି । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଯାଏଁ ସମୀରଙ୍କ କୌଣସି ପତ୍ତା ମିଳିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.