ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଟାଙ୍ଗରା ଭୂଇଁରେ ସୂର୍ଯ୍ୟମୁଖୀର ସୁନେଲି ଛିଟା , ୨୩୦ ମହିଳା ହେବେ ‘ଲକ୍ଷପତି ଦିଦି’

Published By : Prameya | March 29, 2025 11:12 PM

କେନ୍ଦୁଝର : ପଥର ଚଟାଣ ଦିନେ ଗାଁ ଲୋକଙ୍କ ପାଇଁ ଅଭିଶପ୍ତ ପାଲଟି ଥିଲା। ସମୟ ବଦଳିବା ସହିତ ମହିଳାମାନଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁ ଏବେ ସୂର୍ଯ୍ୟମୁଖୀ ଫୁଲ ଗାଁ ଚାରିପଟେ ହଳଦିଆ ଚାଦର ଘୋଡାଇ ହୋଇଥିବା ଦୃଶ୍ୟ ବେଶ୍‌ ଆକର୍ଷଣୀୟ ପାଲଟିଛି। କେବଳ ସେତିକି ନୁହେଁ ଆଗାମୀ ଦିନରେ ସୂର୍ଯ୍ୟମୁଖୀ ଚାଷ କରିଥିବା ମହିଳା ଚାଷୀ ବେଶ୍‌ ଲାଭବାନ ହେବା ସହିତ ଲକ୍ଷପତି ଦିଦି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ।

କେନ୍ଦୁଝର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ସହାୟତା ଓ ତତ୍ତ୍ୱାବଧାନରେ ମହିଳାମାନଙ୍କୁ ଏହି ସଫଳତା ମିଳିବାକୁ ଯାଉଛି। ସୂର୍ଯ୍ୟମୂଖୀର ହସ ସତେ ଯେମିତି ଚାଷୀମାନଙ୍କୁ ହାତ ଠାରି ଡାକୁଛି। ସମଗ୍ର ଜିଲ୍ଲାରେ ଅନେକ ସୂର୍ଯ୍ୟମୁଖୀ ଚାଷ କରିଥିବା ବେଳେ ଆଇଟିଡିଏ ଅଧିନରେ ମହିଳା ଚାଷୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଥିବାରୁ ସୂର୍ଯ୍ୟମୁଖୀ ଚାଷ କରି ସେମାନେ ସଫଳତା ପାଇବାକୁ ଯାଉଛନ୍ତି। କେନ୍ଦୁଝର ଆଇଟିଡିଏ ଅଧିନରେ ଘଟଗାଁ, ହରିଚନ୍ଦନପୁର, ତେଲକୋଇ, ସାହାରପଡା ବ୍ଲକରେ ମହିଳା ଆଦିବାସୀ ଚାଷୀ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି । ଚାଷୀମାନେ ବ୍ୟବସାୟିକ ଭିତ୍ତିକ ଚାଷ କରିବା ପାଇଁ ଆଇଟିଡିଏ ପକ୍ଷରୁ ଅଭିଜ୍ଞ ବିଶେଷଜ୍ଞ ଠାରୁ ଚାଷ ସମ୍ପର୍କିତ ତାଲିମ ନେଇଛନ୍ତି। 

ଗତ ଡିସେମ୍ବର ମାସରେ ସୂର୍ଯ୍ୟମୁଖୀ ଚାରା ରୋପଣ କରିବା ପରେ ଏବେ ଆମଦାନୀ ସମୟ ଉପନୀତ ହୋଇଛି । ଘଟଗାଁ ବ୍ଲକର ଭରାଣ୍ଡିଆ, ତୋରାଣୀପୋଖରୀ, ସରାଶପଶି, ଗୋପପୁର, ମଥୁରାପଶି ଗ୍ରାମରେ ୫୦ ଏକର ଜମିରେ ସୂର୍ଯ୍ୟମୂଖୀ ଚାଷ ପ୍ରଥମଥର ପାଇଁ କରାଯାଇଛି । ଦିନେ ଯେଉଁ ପଥର ଚଟାଣ ଅଭିଶାପ ପାଲଟିଥିଲା ସେହି ସ୍ଥାନରେ ସୂର୍ଯ୍ୟମୁଖୀ ଫୁଲ ହସୁଛି । ସେହି ପଥର ଚଟାଣ ସହିତ ଖରିଫ ଧାନଚାଷ ଅମଳ ପରେ ମଧ୍ୟ ଗ୍ରାମର କେତେକ ମହିଳା ସୂର୍ଯ୍ୟମୂଖୀ ଚାଷ କରିବାକୁ ଆଗ୍ରହ ଦେଖାଇଥିଲେ। ଭରାଣ୍ଡିଆ ଗ୍ରାମର ଚନ୍ଦ୍ରିକା ନାଏକ, ସୁନିତା ନାଏକ, ବଉଳ ନାଏକ, ରୁକ୍ମଣୀ ନାଏକ, ଶ୍ରୀମତୀ ନାଏକ, ସାବିତ୍ରୀ ନାଏକ, ହେମଲତା ନାଏକ, ପ୍ରମିଳା ନାଏକ, ଅନୁସୟା ନାଏକ, ଦମୟନ୍ତୀ ନାଏକ, ରେବତୀ ନାଏକ, ଗୌରୀ ନାଏକ, କସ୍ତୁରୀ ନାଏକ, ବିଣାପାଣି ନାଏକ, ମିନତୀ ନାଏକ, ସାଇବଣୀ ନାଏକ, ଅରଖ ନାଏକ, ରଞ୍ଜିତା ନାଏକ, ପଦ୍ମାବତୀ ନାଏକ ପ୍ରମୁଖ ନିଜର ପରିଶ୍ରମ ଫଳରେ ଆଜି ସଫଳତା ହାସଲ କରିବାକୁ ଯାଉଛନ୍ତି।

 ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ଉନ୍ନତମାନର ମଞ୍ଜି, ଜୈବିକ ସାର, ଜୈବିକ ଔଷଧ, ଭିଟାମିନ୍‌ ମାଗଣାରେ ଦେବା ସହିତ ସେମାନଙ୍କୁ କିଭଳି ଚାଷରେ ସଫଳତା ମିଳିବ ତାଲିମ ଦିଆଯାଇଛି । ଏହାସହିତ ବୈଷୟିକ ଜ୍ଞାନ ଥିବା ଅଧିକାରୀଙ୍କ ଦ୍ୱାରା ନିୟମିତ ତଦାରଖ କରାଯାଇ ଉପଯୁକ୍ତ ପରାମର୍ଶ ଦିଆଯାଉଛି । ଫଳରେ ଡିସେମ୍ବର ମାସରେ ଚାଷ ଆରମ୍ଭ କରିଥିବା ମହିଳାମାନେ ଏବେ ସୂର୍ଯ୍ୟମୁଖୀ ମଞ୍ଜି ଆମଦାନୀ କରିବା ଆରମ୍ଭ କରିଛନ୍ତି । ସୂର୍ଯ୍ୟମୁଖୀ  ଚାଷ ପାଇଁ ଜଳର ବ୍ୟବହାର କମ୍‌ ରହୁଥିବାରୁ ଚାଷୀଙ୍କୁ ଏହା ବେଶ୍‌ ସୁହାଇଛି । 

ନିକଟରେ କାନଝରି କେନାଲ ପାଇଁ ମଞ୍ଜି ରୋପଣ ସମୟରେ କ୍ଷେତକୁ ଆଣିବା ପରେ ମଞ୍ଜି ପୋତିବାର କିଛିଦିନ ପରେ ସେଥିରୁ ଗଜା ବାହାରି ଥିଲା । ଏକର ପିଛା ୩ କିଲୋଗ୍ରାମ ଉନ୍ନତମାନର ହାଇବ୍ରିଡ୍‌ ବିହନ ଆଇଟିଡିଏ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ପରେ ମାଟିରେ ହିଡ଼ ଦେବା ପରେ ନିୟମିତ ଘାସ ବାଛିଥିଲେ ମହିଳାମାନେ। ଏହି ଚାଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ୱ କମ୍‌ ରହୁଥିବାରୁ ପ୍ରଥମବର୍ଷ ଚାଷ କରି ବେଶ୍‌ ସଫଳତା ହାସଲ କରିଛନ୍ତି ଏହି ମହିଳା ଚାଷୀ । ଶୁଖିଲା ଫୁଲରୁ ଏବେ ମଞ୍ଜି ସଂଗ୍ରହ କରି ନିକଟସ୍ଥ ତେଲକଳକୁ ନେଇ ତେଲ ବାହାର କରିବା ପରେ ବଜାରରେ ବିକ୍ରି କରିବା ଲକ୍ଷ୍ୟ ରଖିଛନ୍ତି । ଆଇଟିଡିଏ ପକ୍ଷରୁ ପ୍ରତ୍ୟେକ ମହିଳା ଚାଷୀଙ୍କୁ ଅଧ ଏକର ଜମିରେ ଚାଷ କରିବାକୁ ସହାୟତା ପ୍ରଦାନ କରାଯାଇଥିବା ପ୍ରକଳ୍ପ ପରିଚାଳକ ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି ।

 ଆଇଟିଡିଏ ପକ୍ଷରୁ ସହାରପଡା ବ୍ଲକରେ ୨୫ ଏକର, ତେଲକୋଇ ବ୍ଲକରେ ୧୦ ଏକର, ହରିଚନ୍ଦନପୁର ବ୍ଲକରେ ୩୦ ଏକର ଓ ଘଟଗାଁ ବ୍ଲକରେ ୫୦ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଇଥିବା ଆଇଟଇଡିଏ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.