ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ରାତି ୧୦ରୁ ପେଟ୍ରୋଲ୍‌ ପମ୍ପ ବନ୍ଦ, ହିନସ୍ତା ହେଉଛନ୍ତି ଲୋକେ

Published By : Tapas Panda | March 31, 2025 10:35 PM

ଘସିପୁରା,୩୧/୩: ସରକାର ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳମାନଙ୍କରେ ପେଟ୍ରୋଲ ପମ୍ପ ବସାଇବାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ହେଲେ ଏହି ପେଟ୍ରୋଲ ପମ୍ପ ଗୁଡିକ ଜନସାଧାରଣଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି । ରାତି ୧୦ ନହେଉଣୁ ପେଟ୍ରୋଲ ପମ୍ପଗୁଡିକ ଅନ୍ଧାର କରି ଦିଆଯାଉଛି । ଏଗୁଡିକ ବନ୍ଦ ରହୁଛି । ଜରୁରୀ ଆବଶ୍ୟକତା ପଡିଲେ ରାତି ସମୟରେ ଆସିଥିବା ଯାତ୍ରୀମାନେ ପେଟ୍ରୋଲ ପମ୍ପ ବନ୍ଦ ରହୁଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

 ଏହିଭଳି ଏକ ଉଦାହରଣ ଘସିପୁରା ବ୍ଲକ ବଳରାମପୁର ଠାରେ ରହିଥିବା ଏକ ପମ୍ପରେ ଦେଖିବାକୁ ମିଳିଛି । ଜନୈକ ବ୍ୟକ୍ତି କୌଣସି କାରଣରୁ କାର୍ଯ୍ୟ ସାରି ରାତି ୧୦.୧୦ ରେ ପେଟ୍ରୋଲ ପମ୍ପରେ ନିଜର ଗାଡି ଅଟକାଇ ପେଟ୍ରୋଲ ଦରକାର ବୋଲି କହିଥିଲେ । ହେଲେ ଜଣେ କର୍ମଚାରୀ ରାତି ୧୦ ହେଲାଣି ଆଉ ପେଟ୍ରୋଲ ମିଳିବନି ବୋଲି ରୋକଠୋକ ଶୁଣାଇଦେଇ ନିଜ ବାଇକ୍‌ ଯୋଗେ ସେହି ସ୍ଥାନ ଛାଡି ପଳାଇଥିଲେ । ଅନ୍ୟ ଜଣେ କର୍ମଚାରୀ ପମ୍ପରେ ଅଟୋ ଲକ୍‌ ହୋଇଛି ଆଉ ଖୋଲିବନାହିଁ କହିଲେ ।  ସକାଳ ୬ ଟା ପରେ ପୁଣି ଅଟୋଲକ୍‌ ଖୋଲିବ କହି ସଟର ପକାଇ ଶୋଇବାକୁ ଚାଲିଯାଇଥିଲେ । 

 ଗ୍ରାମାଞ୍ଚଳରୁ ଆସୁଥିବା ଯାତ୍ରୀମାନେ ୧୦ ରୁ ୧୫ କିମି ଦୂରରେ ଥିବା ଡାକ୍ତରଖାନାର ଜରୁରୀ ଆବଶ୍ୟକତା, ବସଷ୍ଟାଣ୍ଡରୁ ରାତିରେ ନିଜ ପରିବାରର ଲୋକଙ୍କୁ ନେବା ଅଣିବା ପାଇଁ ଅସମୟରେ ପେଟ୍ରୋଲର ଆବଶ୍ୟକତା ରହିଥିବାବେଳେ ଏପରିକି ଜରୁରୀକାଳୀନ ଯାନ ଗୁଡିକ ଅସମୟରେ ପେଟ୍ରୋଲ ଡିଜେଲ ନପାଇ ହଇରାଣ ହରକତ ହେଉଥିବା ନଜରକୁ ଆସୁଛି । ଅଟୋ ଲକ’ର ମିଛ ବାହାନା ଦର୍ଶାଇ ଲୋକଙ୍କୁ ଅସହଯୋଗ କରୁଥିବା ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.