ତେଲକୋଇ, ୩୦ା୩(ଆପ୍ର): ତେଲକୋଇ ଥାନା ଅନ୍ତର୍ଗତ ବିଭିନ୍ନ ସାପ୍ତାହିକ ହାଟରେ ବେଧଡ଼କ ଜୁଆଖେଳ ଚାଲିଛି । ଏଥିରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରୁଥିବା ଜଣାପଡିଛି । ଟଙ୍କା ଜିତିବା ହାରିବାକୁ ନେଇ ଉଜୁଡ଼ି ଯାଉଛି ଶହ ଶହ ପରିବାର । ଜୁଆଖେଳ ଏବେ ତେଲକାଇ ଅଞ୍ଚଳରେ ନିଶା ପାଲଟି ଯାଇଛି । ଜୁଆର ରିଙ୍ଗ ମାଷ୍ଟର ଭେଳିକି ଦେଖେଇ ଜୁଆ ଖେଳାଳିଙ୍କ ଠାରୁ ଟଙ୍କା ଲୁଟ୍ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।
ତେଲକୋଇ ଥାନା ଅନ୍ତର୍ଗତ ସରୁଆଳି ହାଟ, ଆକୁଳ ହାଟ, ବିମଳା ହାଟ, ଦାବଲାପାଳ ଗାଁ ସହିତ ତେଲକୋଇ ହାଟରେ ମଧ୍ୟ ଜୁଆଖେଳର ଆସର ଦେଖିବାକୁ ମିଳିଛି । ହାଟରେ କୁକୁଡ଼ା ଲଢେଇରେ ଲୋକେ ବାଜି ଲଗାଉଥିବା ବେଳେ ଧୁଣ୍ଡିପାଲି(ଘୁଡ ଘୁଡ଼ି )ମାଧ୍ୟମରେ ମଧ୍ୟ ଟଙ୍କା ଲୁଟ୍ କରୁଛନ୍ତି ଜୁଆଖେଳର ରିଙ୍ଗ ମାଷ୍ଟର । ଦାବଲାପାଳରେ ସାପ୍ତାହିକ ହାଟ ହେଉ ନ ଥିବା ବେଳେ କିନ୍ତୁ ଗାଁ ରେ ପ୍ରତ୍ୟେକ ସପ୍ତାହର ଶନିବାର ଓ ମଙ୍ଗଳବାର ଦିନ ଜୁଆଖେଳ ଚାଲୁଥିବା ବେଳେ ଶୁକ୍ରବାର ଦିନ ତେଲକୋଇ ହାଟରେ ଜୁଆଖେଳର ଆସର ଜମୁଛି । ପୁଲିସ ପ୍ରଶାସନର ନାକ ତଳେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଦିନକୁ ଦିନ ଜୁଆଖେଳର ରିଙ୍ଗ ମାଷ୍ଟରଙ୍କ ପ୍ରାର୍ଦୁଭାବ ବଢ଼ିଚାଲିଛି । ଏହାକୁ ଆଗାମୀ ଦିନରେ ରୋକା ନଗଲେ ଆଗକୁ ବହୁ ପରିବାର ସର୍ବସ୍ୱାନ୍ତ ହେବା ନିଶ୍ଚିତ ।