ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

୧୦୮ ଆମ୍ୱୁଲାନ୍ସର ଭିତ୍ତିଭୂମି ବିଗୁଡ଼ୁଛି , ଅଧାରୁ ଅଧିକ ଗାଡ଼ିରେ କାମ କରୁନି ଏସି

Published By : Prameya | March 29, 2025 11:02 PM

କେନ୍ଦୁଝର : ଜରୁରୀ ସେବା ୧୦୮ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ସହିତ କେନ୍ଦୁଝରରେ ଖଣିଜ ପ୍ରତିଷ୍ଠାନ ସହାୟତାରେ ଆମ୍ବୁଲାନ୍ସ ମଧ୍ୟ ସରକାର ଯୋଗାଇ ଦେଇଛନ୍ତି। ଏହି ସେବା କାର୍ଯ୍ୟକାରୀ ହେବା ପର ଠାରୁ ସବୁ ବର୍ଗର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳି ପାରୁଛି। ସରକାର ମାଗଣାରେ ଏହି ସେବା ଯୋଗାଉ ଥିବାରୁ ରୋଗୀମାନେ ଉପକୃତ ହେଉଛନ୍ତି।ତତ୍‌କ୍ଷଣାତ ଏହି ସେବା ମିଳୁ ଥିବାରୁ ରୋଗୀମାନେ ଡାକ୍ତରଖାନା ପହଞ୍ଚିବାକୁ ସୁବିଧା ହୋଇଛି। 

ମାତ୍ର କେନ୍ଦୁଝର ଜିଲ୍ଲାରେ ଏହି ସେବା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରଥମ ପର୍ଯ୍ୟାୟରେ ମିଳିଥିବା ଗାଡ଼ି ଗୁଡିକ ୫ ଲକ୍ଷରୁ ଅଧିକ କିମି ଚାଲିବା ପରେ ଆଉ ପୂର୍ବଭଳି ସେବା ଯୋଗାଇବାରେ ଅସମର୍ଥ ହେଉଛି। ନିୟମ ଅନୁଯାୟୀ ୫ ବର୍ଷ ପରେ ଗାଡି ବଦଳ ହେବା ସ୍ଥାନରେ ୬ ବର୍ଷ ପରେ ମଧ୍ୟ ଆମ୍ବୁଲାନ୍ସ ଗୁଡିକ ସେବା ଯୋଗାଇବାକୁ ବାଧ୍ୟ ହେଉଛି। ଗାଡ଼ି ଗୁଡିକ ବ୍ୟବହାର ଅନୁପୋଯୁକ୍ତ ହୋଇ ପଡିଥିବା ବେଳେ ଭଙ୍ଗା ଦଦରା ଆମ୍ବୁଲାନ୍ସ ଗୁଡିକରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଅଚଳ ହୋଇ ପଡି ଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। 

ରାଜ୍ୟରେ ଅନ୍ୟତମ ଦୁର୍ଘଟଣା ପ୍ରବଣ ଜିଲ୍ଳା ଭାବେ କେନ୍ଦୁଝର ପରିଗଣିତ।ଖଣି, ଖାଦାନ ଜିଲ୍ଲା ଯୋଗୁ ରାଜପଥ ଗୁଡିକରେ ଭାରୀଯାନ ଚଳାଚଳ ୨୪ ଘଣ୍ଟା ରହିଥାଏ। ପ୍ରତିଦିନ ଦୁର୍ଘଟଣାରେ ଜୀବନହାନୀ ଘଟୁଥିବା ଉଦ୍‌ବେଗର ବିଷୟ। ତେବେ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହେବା ପରେ ଅନେକ ଲୋକେ ଡାକ୍ତରଖାନାରେ ପହଞ୍ଚି ପାରୁଛନ୍ତି। ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ସରକାରଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମ ଜିଲ୍ଲାବାସୀଙ୍କ ପାଇଁ ନୂଆ ଆଶାର ସଞ୍ଚାର ହୋଇଥିଲା। 

୧୦୮ ଆମ୍ବୁଲାନ୍ସ ସେବାକୁ ଓଡ଼ିଶାର ତତ୍କାଳନୀ ମୁଖ୍ୟମନ୍ତ୍ରୀ ଗତ ୨୦୧୩ ମସିହା ଜୁଲାଇ ୧୭ ତାରିଖରେ କେନ୍ଦୁଝର ଠାରେ ଶୁଭାରମ୍ଭ କରିଥିଲେ। କେନ୍ଦୁଝର ଜିଲ୍ଲାକୁ ୪୫ଟି ଗାଡି ଦିଆ ଯାଇଛି। କେନ୍ଦୁଝରରେ ବିଶ୍ୱପ୍ରସିଦ୍ଧ ତାରିଣୀ ଠାକୁରାଣୀ ସହିତ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଥିବା ବେଳେ ପ୍ରତିଦିନ ହଜାର ହଜାର ଲୋକେ ଏହି ଜିଲ୍ଲାକୁ ଆସିଥାନ୍ତି। ଜିଲ୍ଲାକୁ ମିଳିଥିବା ପୁରୁଣା ୪୫ଟି ଆମ୍ବୁଲାନ୍ସ ଏବେ ମରାମତି ଅଭାବରୁ ଯାତାୟାତରେ ସମସ୍ୟା ରହୁଥିବା ବେଳେ ୩୦ରୁ ଉର୍ଦ୍ଧ୍ୱ ଗାଡ଼ିରେ ଶୀତାତାପ ନିୟନ୍ତ୍ରିତ ଯନ୍ତ୍ର ଅଚଳ ହୋଇପଡିଛି ବୋଲି ଅଭିଯୋଗ ହୋଇଛି। ଫଳରେ ଦୁର୍ଘଟଣାରେ ଶିକାର ହେଉଥିବା ରୋଗୀଙ୍କ ପାଇଁ ୧୦୮ ଗାଡି କଷ୍ଟଦାୟକ ହୋଇପଡିଛି ।

 ସେହିପରି ଡିଏମ୍‌ଏଫ୍‌ ଦ୍ୱାରା ପରିଚାଳିତ ଆମ୍ବୁଲାନ୍ସରେ ମଧ୍ୟ କେତେକ ଗାଡିରେ ଏସି ଅଚଳ ହୋଇପଡିଥିବା ବେଳେ ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉନି । କଟକ ବଡଡାକ୍ତରଖାନାକୁ ବିନା ଏସିରେ ଯାଉଥିବା ରୋଗୀମାନେ ଡହଳବିକଳ ହେଉଛନ୍ତି । ସରକାରଙ୍କୁ ଆମ୍ବୁଲାନ୍ସ ଯୋଗାଇଥିବା ସଂସ୍ଥା ଏସି ବ୍ୟବହାର ହାରରେ ନିଜର ପ୍ରାପ୍ୟ ସରକାରଙ୍କ ଠାରୁ ନେଉଥିବା ବେଳେ ରୋଗୀମାନେ ଉପଯୁକ୍ତ ସେବାରୁ ବଞ୍ଚିତ ରହୁଛନ୍ତି । କେତେକ ଗାଡିରେ ଟାୟାର, ବ୍ୟାଟେରୀ ଏବଂ ରୋଗୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନଥିବାରୁ ୧୦୮ ସେବା ପ୍ରତି ଲୋକଙ୍କ ଭରସା ତୁଟିବାରେ ଲାଗିଛି । ଏ ସମ୍ପର୍କରେ ୧୦୮ ଆମ୍ବୁଲାନ୍ସର ଜିଲ୍ଲା ପରିଚାଳକ ସୁବ୍ରତ ବାବୁଙ୍କୁ ପଚାରିବାରୁ କେତେକ ଆମ୍ବୁଲାନ୍ସରେ ଏସି ପାଇଁ ଆବଶ୍ୟକ ଗ୍ୟାସ୍‌ ଭର୍ତ୍ତି କରାଯିବାକୁ ଥିବାରୁ ତାହା ହୋଇ ପାରିନି । ଏବେ ଭେଣ୍ଡର ଜରିଆରେ ମରାମତି କାର୍ଯ୍ୟ ହେଉଛି। ତେଣୁ ଭେଣ୍ଡର ସମସ୍ୟା ଯୋଗୁ ବିଳମ୍ବ ହେଉଛି ମରାମତି। ୭ ଦିନ ମଧ୍ୟରେ ସମସ୍ତ ଗାଡିରେ ଏସି ସଚଳ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.