ଯୋଡ଼ା,୨୯/୩(ଆପ୍ର): କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ସ୍ଥିତ ୟୁନିଅନ ବ୍ୟାଙ୍କ୍ ସମ୍ମୁଖ ଫ୍ଲାଏ ଓଭର ତଳେ ଠିଆ ହୋଇଥିବା ଏକ ପିଆଜ ବୋଝେଇ ଟ୍ରକରେ ନିଆଁ ଲାଗି ଯିବାରୁ ସେଥିରେ ଶୋଇଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଶୁକ୍ରବାର ପିଆଜ ବୋଝେଇ ହୋଇ ଏକ ଟ୍ରକ (ଏମ ଏଚ୍ ବିଜି ୭୭୯୪) ମହାରାଷ୍ଟ୍ରରୁ ଯୋଡାକୁ ଆସି ରାତ୍ରି ସମୟରେ ୟୁନିଅନ ବ୍ୟାଙ୍କ୍ ସମ୍ମୁଖ ଫ୍ଲାଏ ଓଭର ତଳେ ଡ୍ରାଇଭର ଓ ଖଲାସୀ ଠିଆ କରି ଗାଡି ଭିତରେ ହିଁ ସେମାନେ ଶୋଇଥିଲେ। ରାତି ପ୍ରାୟ ୯ରୁ ୧୦ଟା ମଧ୍ୟରେ ଟ୍ରକର ପଛ ପାଶ୍ୱର୍ରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିଲା। ଫଳରେ ଟ୍ରକ୍ର ତିନୋଟି ଟାୟାର ପୋଡ଼ି ଯାଇଥିଲା।
ତେବେ ଭିତରେ ଥିବା ଡ୍ରାଇଭର ଓ ଖଲାସୀ ଏକ ଆସନ୍ନ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ବେଳେ ଟ୍ରକ୍ର କିଛି ଅଂଶ କ୍ଷତି ଘଟିଥିବା ଦେଖିବାକୁ ମିଳିଛି। ଏହି ଅଗ୍ନିକାଣ୍ଡ ଘଟିବା ପରେ କିଛି ସମୟ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯୋଡା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।