ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ପରୀକ୍ଷା ଭୟରେ ପିଲାଙ୍କ ଅବସ୍ଥା ହୋଇଥାଏ ଖରାପ ; ଜାଣନ୍ତୁ , କେମିତି ଏହି ଡ଼ରରୁ ନିବୃତ୍ତ ରହିବେ

Published By : Prameya | January 6, 2025 11:26 PM

ଭୁବନେଶ୍ୱର : ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ହିଁ ହୃଦୟ ଖୁବ୍‌ ଜୋରରେ କମ୍ପିବା ଆରମ୍ଭ କରି ଦିଏ। ଏମିତି ପ୍ରତି ପିଲାଙ୍କ ସହ ହୋଇ ପାରେ , ଯିଏ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ବା ପ୍ରସ୍ତୁତି ଶେଷ କରି ସାରିଛନ୍ତି। ପରୀକ୍ଷା ସମୟରେ ଚିନ୍ତା କଲେ ପିଲା ମନେ ରଖିଥିବା ପାଠକୁ ଭୁଲି ଯାଇ ପାରନ୍ତି। ପରୀକ୍ଷା ଭୟର କାରଣରୁ ତାଙ୍କର ଚେଷ୍ଟା ଓ ପ୍ରସ୍ତୁତି ନଷ୍ଟ ହୋଇପାରେ। ହେଲେ , ଆପଣ ପରୀକ୍ଷା ଭୟକୁ କାବୁରେ ରଖି ପାରନ୍ତି ଏବଂ ନିଜର ପାଠପଢା ଉପରେ ପୁଣି ଥରେ ଧ୍ୟାନ ଆକର୍ଷଣ କରି ପାରିବେ। ଜାଣନ୍ତୁ , ପରୀକ୍ଷା ଭୟକୁ କେମିତି ଦୂର କରିବେ ଏବଂ ପାଠପଢା ଉପରେ ଧ୍ୟାନ କେମିତି ଲଗାଇବେ ।

ପ୍ରଥମରୁ କରନ୍ତୁ ପ୍ରସ୍ତୁତି – ପରୀକ୍ଷାର ପ୍ରସ୍ତୁତି ପୂର୍ବରୁ ହିଁ ଆରମ୍ଭ କରି ଦିଅନ୍ତୁ ଏବଂ ଶେଷ ସମୟରେ ସବୁ କିଛି ଛାଡ଼ିବାରୁ ନିବୃତ୍ତ ରୁହନ୍ତୁ। ଯେବେ ଆପଣ ପୂର୍ବରୁ ପ୍ରସ୍ତୁତି କରିବେ ତ ରିଭିଜନ କରିବାକୁ ସମୟ ମିଳିବ। ଅଧିକ ମୁସ୍କିଲ ସବଜେଷ୍ଟ ବା ଟପିକ୍‌କୁ ଛୋଟ ଛୋଟ ଭାଗ କରି ଏବଂ ଏଗୁଡ଼ିକୁ ନିୟମିତ ଭାବେ ମନେ ରଖନ୍ତୁ। ଯେବେ ଆପଣଙ୍କର ପୂରା ପ୍ରସ୍ତୁତି ହେବ ତ ପରୀକ୍ଷା ସମୟ ଅଧିକ ଆତ୍ମବିଶ୍ୱାସ ଅନୁଭବ କରିବେ ଏବଂ ପରୀକ୍ଷାର ଭୟ ଦୂରେଇ ଯିବ। 

ଟାଇମଟେବଲ୍‌ ସେଟ୍‌ କରନ୍ତୁ – ନିଜର ଶକ୍ତି ଓ ଦୁର୍ବଳତା ଗୁଡ଼ିକୁ ଧ୍ୟାନରେ ରଖି ପ୍ରତି ଟପିକ୍‌ ପାଇଁ ଟାଇମ୍‌ ସ୍ଲଟ୍‌ ସେଟ୍‌ କରନ୍ତୁ। ଟାଇମଟେବଲ ସେଟ୍‌ କରିବା ଦ୍ୱାରା ଶେଷ ମୁହୂର୍ତ୍ତରେ ଧାଁ ଦୌଡ଼ କମ୍‌ ହୋଇଥାଏ ଏବଂ ଥକାପଣ ହ୍ରାସ ପାଇବ। ଯେତେ ସମ୍ଭବ ନିଜ ସିଡ୍ୟୁଲ ଉପରେ ତିଷ୍ଠି ରୁହନ୍ତୁ , କିନ୍ତୁ ଆବଶ୍ୟକ ପଡ଼ିଲେ ଏହାକୁ ବଦଳାଇ ପାରିବେ। 

ଷ୍ଟଡି ପ୍ଲାନ କରନ୍ତୁ –ଷ୍ଟଡି ପ୍ଲାନ ପ୍ରସ୍ତୁତ କରିବା ବହୁତ ଜରୁରୀ । ପ୍ଲାନିଂ କରିବା ଦ୍ୱାରା କେବଳ ଆପଣଙ୍କ ଧ୍ୟାନ ଲାଗେନି , ଏହାସହ ପ୍ରତି ଚାପ୍ଟରକୁ ପୂରା କରିବାରେ ଆପଣଙ୍କୁ ସଫଳ ଅନୁଭବ ମଧ୍ୟ ହେବ। ହେଲେ, ପାଠପଢାର ଗୋଲ୍‌ସ ସେଟ୍‌ କରନ୍ତୁ। ଯେମିତି ଆପଣ ଗୋଟିଏ ଚାପ୍ଟର ପୂରା ପଢିବା ପରେ ହିଁ ଉଠିବେ ବା ୫ ମିନିଟ୍‌ରେ ଗୋଟିଏ ପ୍ରଶ୍ନ ମନେରଖିବେ। 

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ – ଯଦି ପିଲାଙ୍କ ଠାରେ ପରୀକ୍ଷାର ବହୁତ ଭୟ ଆସୁଛି ତ , ଏହା ମାନସିକ ସ୍ୱାସ୍ଥ୍ୟର ସ୍ଥିତି ବା ପିଲାଙ୍କ ଠାରେ ଏହି ଲକ୍ଷଣ ଅନୁଭବ ହେବାରେ ଆପଣଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।ଏଥିରେ ଡାକ୍ତର ଚିକିତ୍ସା ପାଇଁ ଅଲଗା ଅଲଗା ଥେରେପିର ବ୍ୟବହାର କରିଥାନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.