ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

କୋଷ୍ଠକାଠିନ୍ୟରୁ ରକ୍ଷା ପାଇବାକୁ କରନ୍ତୁ ଯୋଗମୁଦ୍ରାସନ, ମତ୍ସ୍ୟାସନ

Published By : Prameya | January 1, 2025 1:57 PM

ଭୁବନେଶ୍ୱର ୦୧/୦୧: ପାଚନତନ୍ତ୍ରର ଏକ ମୁଖ୍ୟ ସମସ୍ୟା ହେଲା କୋଷ୍ଠକାଠିନ୍ୟ । ଏହି ସମସ୍ୟାରେ ଶରୀରରୁ ପୂର୍ଣ୍ଣମାତ୍ରାରେ  ବା ନିୟମିତ ମଳ ନିଷ୍କାସନ ହୋଇନଥାଏ । ଏପରି ସମସ୍ୟା ଲାଗି ରହିଲେ ଶରୀରରେ ବିଭିନ୍ନ ପ୍ରକାର  ରୋଗ ଯଥା ଆର୍ଥ୍ରାଇଟ୍‌ସ, ର‌୍ୟୁମାଟିଜିମ, ମୁଣ୍ଡବିନ୍ଧା, ଅରୁଚି, ମୁଖବ୍ରଣ ଆଦି ଦେଖାଦିଏ । ଏଣୁ  ଏହାକୁ ସବୁ ରୋଗର ଜନନୀ ବୋଲି କୁହାଯାଏ । ତ୍ରୁଟିପୂର୍ଣ୍ଣ ଖାଦ୍ୟ ଗ୍ରହଣ ଓ ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ  ଏହାର ପ୍ରମୁଖ କାରଣ । ଏହା ବ୍ୟତୀତ ମାତ୍ରାଧିକ ଆମିଷ ଭୋଜନ, ଚା’ ଓ କଫିର ବ୍ୟବହାର,  ବ୍ୟୟ୍ୟାମର ଅଭାବ, ମାନସିକ ଚାପ ଯୋଗୁ ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଇଥାଏ ।  କେତେଗୁଡିଏ ପ୍ରଭାବୀ ଆସନ ଦ୍ୱାରା ପେଟର ଆଭ୍ୟନ୍ତରୀଣ ମାଂସପେଶୀ ଏବଂ ଅନ୍ତ୍ର ଶକ୍ତିଶାଳୀ  ହୋଇ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ ।

ଯୋଗମୁଦ୍ରାସନ  

ପ୍ରଥମେ ଗୋଡ଼ ସିଧା କରି ଆଗକୁ ଲମ୍ବାଇ ବସନ୍ତୁ । ଧୀରେ  ଗୋଟିଏ ଗୋଡ଼ ଭାଙ୍ଗି ଅନ୍ୟ ଗୋଡ଼ର ଜଙ୍ଗ ଉପରେ  ରଖନ୍ତୁ ଏବଂ ଅନ୍ୟ ଗୋଡ଼ ଭାଙ୍ଗି ବିପରୀତ ଗୋଡ଼ ଜଙ୍ଘ  ଉପରେ ରଖି ପଦ୍ମାସନରେ ବସନ୍ତୁ । ମୁଣ୍ଡ ଓ ମେରୁଦଣ୍ଡ  ସିଧା ରହିବ । କିଛି ସମୟ ଆଖି ବନ୍ଦ କରି ଶ୍ୱାସକ୍ରିୟାରେ  ଧ୍ୟାନ ଦିଅନ୍ତୁ, ଶରୀରକୁ ଶିଥିଳ କରନ୍ତୁ । ଡାହାଣ ହାତର  ମଣିବନ୍ଧକୁ ପିଠି ପଛ ଅଣ୍ଟା ପାଖରେ ଅନ୍ୟ ହାତରେ  ଧରନ୍ତୁ । ଗଭୀର ଶ୍ୱାସ ନିଅନ୍ତୁ ଏବଂ ଶ୍ୱାସ ଛାଡ଼ି ଆଗକୁ  ଝୁଙ୍କନ୍ତୁ । ଯେତେ ସମ୍ଭବ କପାଳକୁ ଭୂଇଁ ପାଖକୁ ଆଣନ୍ତୁ  ବା ଭୁଇଁରେ ସ୍ପର୍ଶ କରାନ୍ତୁ । ଶେଷ ସ୍ଥିତିରେ ଆପଣ ଶ୍ୱାସକୁ  ଗଭୀର ଏବଂ ଧୀର ନେଇପାରିବେ । ଏହି ସ୍ଥିତିରେ କିଛି  ସମୟ ରହି ପେଟରେ ପଡୁଥିବା ଗୋଇଠିର ଚାପକୁ ଅନୁଭବ କରନ୍ତୁ ଏବଂ ଶ୍ୱାସ ନେଇ ପ୍ରାରମ୍ଭିକ ସ୍ଥିତିକୁ  ଫେରି ଆସନ୍ତୁ । ଏହିଭଳି ଗୋଡ଼କୁ ବିପରୀତ ପଟରେ  ଛନ୍ଦି ପଦ୍ମାସନ କରି ଅଭ୍ୟାସର ପୁନରାବୃତ୍ତି କରନ୍ତୁ । ଆଖି  ବେଶି ଖରାପ ଥିଲେ, ହୃଦ୍‌ରୋଗ ସମସ୍ୟା, ପିଠି ସମସ୍ୟା  ଏବଂ ପେଟରେ ଅସ୍ତ୍ରୋପ୍ରଚାର ହୋଇଥିଲେ, ଗୁରୁତର  ଉଚ୍ଚ ରକ୍ତଚାପ ଥିଲେ ଏହି ଆସନ କରିବେ ନାହିଁ । 

ମତ୍ସ୍ୟାସନ

ପ୍ରଥମେ ପଦ୍ମାସନରେ ବସନ୍ତୁ । ସାରା ଦେହକୁ ଶିଥିଳ  କରନ୍ତୁ । ଯତ୍ନ ସହକାରେ ହାତ ଓ କହୁଣୀକୁ ଭରାଦେଇ  ଶରୀରକୁ ପଛକୁ ବଙ୍କାନ୍ତୁ । ଛାତିକୁ ସାମାନ୍ୟ ଉପରକୁ  ଉଠାଇବାକୁ ଚେଷ୍ଟା କରନ୍ତୁ । ମୁଣ୍ଡକୁ ପଛକୁ ନେଇ ମୁଣ୍ଡର  ଉପର ଭାଗକୁ ଭୁଇଁରେ ଲଗାନ୍ତୁ । ପାଦର ବୁଢ଼ା ଆଙ୍ଗୁଠିକୁ  ଦୁଇ ହାତରେ ଧରି କହୁଣୀକୁ ଭୂଇଁରେ ଲଗାଇବାକୁ ଚେଷ୍ଟା  କରନ୍ତୁ । ମୁଣ୍ଡର ସ୍ଥିତିକୁ ଭଲଭାବରେ ସଜାଡ଼ି ଦିଅନ୍ତୁ ଯେପରି  ପିଠିରେ ସର୍ବାଧିକ ବାଙ୍କ ହୋଇପାରିବ । ଏହି ସ୍ଥିତିରେ  ଆଖି ବନ୍ଦ କରି ଧୀର ଓ ଗଭୀର ଶ୍ୱାସ ନିଅନ୍ତୁ । କିଛି ସମୟ  ରହି ପ୍ରାରମ୍ଭିକ ସ୍ଥିତିକୁ ଫେରନ୍ତୁ ଏବଂ ଗୋଡ଼ ବଦଳାଇ  ପଦ୍ମାସନରେ ବସି ଏହି ଅଭ୍ୟାସର ପୁନରାବୃତ୍ତି କରନ୍ତୁ ।  

ନୂତନ ଅଭ୍ୟାସକାରୀମାନେ ଏହି ଆସନକୁ ପଦ୍ମାସନରେ  ନ ବସି ଗୋଡ଼ ଆଗକୁ ଲମ୍ବାଇ ହାତରେ ଭରାଦେଇ ପଛକୁ  ବାଙ୍କି ମୁଣ୍ଡର ଉପରି ଭାଗକୁ ଭୂଇଁରେ ଲଗାଇବେ । ପିଠି ଧନୁ  ପରି ବଙ୍କା ରହିବ । ଦୁଇ ପାପୁଲିକୁ ଭୂମି ଉପରେ କିମ୍ବା ଜଙ୍ଘ  ଉପରେ ରଖିପାରିବେ । ଶେଷ ସ୍ଥିତିରେ ଧୀର ଓ ଗଭୀର ଶ୍ୱାସ  ନେବେ । ଏହି ଆସନରେ ଅନ୍ତ୍ର ଏବଂ ପେଟରେ ଆଭ୍ୟନ୍ତରୀଣ  ଅଙ୍ଗ ସବୁ ପ୍ରସାରିତ ହୋଇଥାଏ । କୋଷ୍ଠକାଠିନ୍ୟ ଦୁର ପାଇଁ  ତିନି ଗ୍ଲାସ ପାଣି ପିଇ ଏହି ଅଭ୍ୟାସକୁ ମଧ୍ୟ କରାଯାଇପାରେ ।  ହୃଦ୍‌ରୋଗ, ପେପ୍‌ଟିକ୍‌ ଅଲ୍‌ସର, ହାର୍ଣ୍ଣିଆ ଏବଂ ଗୁରୁତର  ପିଠି ପୀଡ଼ା ଥିଲେ ଏହି ଆସନ କରିବେ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.