ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆପଣ ଡାଇବେଟିସରେ ପୀଡିତ କି ? ନିୟମିତ ପିଅନ୍ତୁ ଏହି ଜୁସ୍

Published By : Anindita Ratha | January 1, 2025 3:02 PM

ବର୍ତ୍ତମାନର ଅସ୍ବାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ବିଭିନ୍ନ ରୋଗ ଦେଖିବାକୁ ମିଳୁଛି। ଏହାରି ମଧ୍ୟରୁ ଡାଇବେଟିସ ବା ମଧୁମେହ ଅନ୍ୟତମ । ଏହି ରୋଗୀମାନେ ସର୍ବଦା ନିଜ ବ୍ଲଡସୁଗାର ନିୟନ୍ତ୍ରଣ ରଖିବା ଜରୁରୀ ହୋଇଥାଏ । କାରଣ ସୁଗାର ସ୍ତର ଅଧିକ ବଢିଲେ ବିଭିନ୍ନ ସ୍ବାସ୍ଥ୍ୟଗତ ଜଟିଳତା ଦେଖାଯାଇଥାଏ । ତେଣୁ କରି ବ୍ଲଡସୁଗାର ବଢିବାରୁ ରୋକିବା ପାଇଁ ଡାଇବେଟିସ ରୋଗୀ ନିଜ ଖାଦ୍ୟପେୟ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଏଭଳି କିଛି ଜୁସ୍ ବିଷୟରେ । ଯାହାକୁ ପିଇବାଦ୍ବାରା ଡାଇବେଟିସ ଦୂର ହୋଇଥାଏ। 

କଲରା ଜୁସ୍-ପାଟିକୁ ପିତା କିନ୍ତୁ ଦେହ ପାଇଁ ଭାରି ହିତକର କଲରା । ବିଶେଷକରି ଡାଇବେଟିସ ରୋଗୀଙ୍କ ପାଇଁ ଏହା କୌଣସି ଔଷଧଠୁ କମ୍ ନୁହେଁ । ଡାଇବେଟିସ ପୀଡିତ କଲରାକୁ ଜୁସ୍ ବନାଇ ପିଇପାରିବେ । ଏହା କେବଳ ବ୍ଲଡସୁଗାର କମ୍ କରେନି ବରଂ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ବାହାର କରେ । ଅତିକମରେ ସପ୍ତାହକୁ ଦୁଇରୁ ତିନି ଥର କଲରା ଜୁସ୍ ପିଅନ୍ତୁ ।

ଅଁଳା ଜୁସ୍-ଡାଇବେଟିସ ରୋଗୀଙ୍କ ଅଁଳା ଜୁସ୍ ସେବନ ଅତ୍ୟନ୍ତ ଲାଭକାରୀ ମନେକରାଯାଏ । ଯଦି ଆପଣଙ୍କୁ ଡାଇବେଟିସ୍ ତାହେଲେ ଖାଲି ଅଁଳା ଜୁସ୍ ନହେଲେ ଅଁଳା ଓ ଆଲୋଭେରା ଜୁସ୍ ମିଶାଇ ପିଇପାରିବେ । ଏହା ଶୀତ ଦିନେ ବ୍ଲଡସୁଗାର ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ । କାରଣ ଅଁଳା ଔଷଧୀୟ ଗୁଣରେ ଭରପୂର ହୋଇଥାଏ । 

କାକୁଡି ଜୁସ୍-ଏଥିରେ ଡାଏଟାରୀ ଫାଇବର ଓ ଭିଟାମିନ ସିରେ ଭରପୂର । କାକୁଡି ଜୁସ୍ ପିଇଲେ ଆପଣଙ୍କ ବ୍ଲଡସୁଗାର ସ୍ତର ନିୟନ୍ତ୍ରିତ ରହିଥାଏ । ତେଣୁ ଡାଇବେଟିସ ରୋଗୀଙ୍କ ପାଇଁ ଏହା ଏକ ଭଲ ବିକଳ୍ପ । କାକୁଡି ଜୁସ୍ ବ୍ଲଡସୁଗାର କଣ୍ଟ୍ରୋଲ କରିବା ସହିତ ହାଇଡ୍ରେସନ ଏବଂ ଓଜନ ନିୟନ୍ତ୍ରଣରେ ମଧ୍ୟ ଖୁବ୍ ସହାୟକ ହୋଇଥାଏ । 

ଲାଉ ଜୁସ୍-ଅଧିକାଂଶ ଲୋକେ ଲାଉ ଖାଇବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଏହି ସବୁଜ ପରିବା ବ୍ଲଡସୁଗାର ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ । ଶୀତ ଦିନେ ଡାଇବେଟିସ ରୋଗୀ ଲାଉ ଜୁସ୍ ପିଇପାରିବେ । ଏଥିରେ ସୁଗାର ସ୍ତର ନିୟନ୍ତ୍ରଣ କରାଯାଇପାରେ । ନିୟମିତ ଅଧାରୁ ଗୋଟିଏ ଗ୍ଲାସ ଲାଉ ଜୁସ୍ ପିଇପାରିବେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.