ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ମାଟି ତଳେ ଲୁଚି ରହିଛନ୍ତି ବହୁ ମାରାତ୍ମକ ଭାଇରସ୍, ଜାଣନ୍ତୁ କ'ଣ କହୁଛି ଅଧ୍ୟୟନ...

Published By : Prameya | January 3, 2025 11:08 AM

ନୂଆଦିଲ୍ଲୀ, ୦୩/୦୧ : ବଗିଚାରେ ଖାଲି ପାଦରେ ଚାଲିବା ହେଉ କି ମାଟି ଖୋଳିବା ହେଉ... ମାଟି ଯେତେବେଳେ ଆମ ପାଦକୁ ସ୍ପର୍ଶ କରେ ଏକ ନିଆରା ଅନୁଭବ ମିଳେ। ତେବେ ଆପଣ ଜାଣିଛନ୍ତି କି, ଏହି ମାଟିରେ ଏଭଳି ଜୀବାଣୁ ଏବଂ ଭାଇରସ୍ ରହିଛନ୍ତି, ଯାହା ଆମ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ। ବର୍ଜିନିଆ ଟେକ୍‌ର ଜିଙ୍ଗକିଓ ଲିୟାଓଙ୍କ ନେତୃତ୍ଵରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। 

ନେଚର କମ୍ୟୁନିକେସନ ମାଗାଜିନ୍‌ରେ ପ୍ରକାଶିତ ଏକ ଷ୍ଟଡି ରିପୋର୍ଟ ଅନୁଯାୟୀ, ଆମେରିକାର ମୃତ୍ତିକା ନମୁନାରୁ ପ୍ରାୟ ୬୦୦ ଲିଷ୍ଟେରିଆ ଜିନୋମ ବିଶ୍ଳେଷଣ କରାଯାଇଥିଲା ଏବଂ ଆଣ୍ଟିବାୟୋଟିକ୍-ପ୍ରତିରୋଧୀ ଜିନ୍ ବିସ୍ତାରରେ ପରିବେଶ କାରକ କିପରି ପ୍ରଭାବ ପକାଇପାରେ ତାହା ଜାଣାପଡ଼ିଥିଲା। ଏହାର ଲେଖକ ଜିଙ୍ଗକିୟୁ ଲିଆଓ ଏକ ବିଶ୍ୱବିଦ୍ୟାଳୟର ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ପ୍ରତିରୋଧକ ଜୀବାଣୁ ଏବଂ ଏ.ଆର.ଜିର ଏକ ଗୁରୁତ୍ୱପୂର୍ଣ୍ଣ ଭଣ୍ଡାର ହେଉଛି ମାଟି। ମାଟିରେ ଥିବା ଜୀବାଣୁ ଆଣ୍ଟିବାୟୋଟିକ୍ ପ୍ରତିରୋଧ ସୃଷ୍ଟି କରିପାରନ୍ତି। ଯେଉଁ କାରଣରୁ ଆମ ଶରୀରରେ ଆଣ୍ଟିବାୟୋଟିକ୍ ପ୍ରଭାବ କମିଯାଏ। ଏହି ଜୀବାଣୁମାନେ ଆମ ଶରୀରରେ ଭାଇରାଲ୍ ସଂକ୍ରମଣ ବୃଦ୍ଧି କରିପାରନ୍ତି। ଯାହା ଆମ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଆମ ଚାରିପାଖରେ ଥିବା ମାଟିକୁ ସଫା ରଖିବା ପାଇଁ ଆମେ ସଚେତନ ହେବା ଉଚିତ୍। 

ମାଟି ସଫା ରଖିବା ପାଇଁ କଣ କରିବା ଉଚିତ୍ ?

-ନିୟମିତ ମାଟି ଯାଞ୍ଚ କରନ୍ତୁ।

-ମାଟିରେ ଉପସ୍ଥିତ ଜୀବାଣୁ ଏବଂ ଭାଇରସ୍ ନଷ୍ଟ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ।

-ଖାଲି ପାଦରେ କୌଣସି ମଇଳା ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.