ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ମହିଳାମାନେ ଥକାପଣକୁ କରନ୍ତୁନି ଅଣଦେଖା, ଶରୀର ଉପରେ ପଡିପାରେ କୁପ୍ରଭାବ

Published By : Ankita S | January 1, 2025 2:36 PM

ନୂଆଦିଲ୍ଲୀ,୦୧/୦୧: ସମସ୍ତଙ୍କ ଜୀବନଶୈଳୀ ସମାନ ନଥାଏ । ଭିନ୍ନ ଭିନ୍ନ ହୋଇଥାଏ । ଯଦି ମହିଳାଙ୍କ କଥା କହିବା ତେବେ ତାଙ୍କ ଉପରେ ଅନେକ ଦାୟିତ୍ବ ଥାଏ । ଏତେ ବ୍ୟସ୍ତ ରୁହନ୍ତି ଯେ ନିଜକୁ ସମୟ ଦିଅନ୍ତି ନାହିଁ । ଘରର ଯାବତ୍ୟ କାମ କରି ଥକି ଯିବେ ପଛେ ନିଜ କଥା ଭାବିବେ ନାହିଁ । ଏମିତି କରିବା ପରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାର ସମ୍ଭାବନା ରହିଛି । ଶରୀରର ଅବଶ୍ୟକୀୟ ନ୍ୟୁଟ୍ରିସନ ଅଭାବ ଦେଖିବାକୁ ମିଳେ । ଥକାପଣକୁ ଅଣଦେଖା କରୁଥିଲେ ସାବଧାନ ରହିବାକୁ ହେବ ।

ଅଧିକ କାମ କରି ଥକିଯିବା ସ୍ବାଭାବିକ କଥା ମାତ୍ର କିଛି ନକରି ଶୀଘ୍ର ଥକାପଣ ଆସିବା ବିପଦ । ଚଳ ଚଞ୍ଚଳ ଜୀବନରେ ପ୍ରଦୂଷିତ ବାୟୁ, ମିଶ୍ରିତ ଖାଦ୍ୟ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଅନେକ ମହିଳାଙ୍କୁ ଜଲଦି ଥକାପଣ ଆସିଥାଏ । ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ । ତେବେ ବିଭିନ୍ନ କାରଣରୁ ଥକାପଣ ଆସିଥାଏ   ସେ ଦିଗରେ ଗୁରୁତ୍ବ ଦେବା ଦରକାର ।

ନିଦ ଅଭାବ- ବେଶୀ ସମୟ ଶୋଇବା ଠିକ୍ ନୁହେଁ । ଅଧିକ ବି ଭଲ ନୁହେଁ । ମାତ୍ର ଯେତିକି ଘଣ୍ଟା ଶୋଇବା ଦରକାର ତାହା ପୂର୍ଣ୍ଣ ହେବା ଦରକାର । ନିଦ କମ୍ପ୍ଲିଟ ନହେଲେ ଜଲଦି ଥକାପଣ ଆସିଥାଏ ।

ଲାଇଫଷ୍ଟାଇଲ- ସମସ୍ତଙ୍କର ଅଲଗା ଅଲଗା ଲାଉଫଷ୍ଟାଇଲ ଥାଏ । ଜୀବନ ଜଞ୍ଜାଳ ଭିତରେ ମହିଳାମାନେ ନିଜକୁ ସମୟ ଦିଅନ୍ତି ନାହିଁ । ଦିନ ତମାନ କାମ କରି ଥକିଯାଇଥାନ୍ତି । ଏହାଛଡା ଅସ୍ବାସ୍ଥ୍ୟକର ଖାଦ୍ୟ, ଠିକ ଟାଇମରେ ନ ଖାଇବା, ବାୟ୍ୟାମ ନ କରିବା ଥକାପଣର କାରଣ ହୋଇଥାଏ ।

ଷ୍ଟ୍ରେସ- ଡିପ୍ରେସନ ହେଉ କିମ୍ବା ମାନସିକ ଚିନ୍ତା ସ୍ବାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପକାଏ । ଏହା ଥକାପଣର ଏକ ବଡ କାରଣ । ଷ୍ଟ୍ରେସରୁ ମୁକ୍ତି ପାଇଁ ପ୍ରତିଦିନ ମେଡିଟେସନ କରିବା ଜରୁରୀ ।

ହରମୋନାଲ ଚେଞ୍ଜ- ଥକାପଣର ଅନେକ କାରଣ ରହିଛି । ଗର୍ଭାବସ୍ଥା, ମାସିକ ଋତୁସ୍ରାବ ସମୟରେ ମଧ୍ୟ ଥକାପଣ ଆସିଥାଏ ।

ଡାଏଟ ଏବଂ ଡିହାଇଡ୍ରେସେନ- ଦିନରେ  ଖାଦ୍ୟ ନଥାଇବା, ପାଣି ନ ପିଇବାରୁ ଥକାପଣ ଆସିଥାଏ । ଖାଇବା ବିନା ଶରୀରକୁ ପୋଷକ ତତ୍ତ୍ବ ମିଳେନାହିଁ । ସମସ୍ୟା ଦେଖାଦିଏ ।

ଥାଏରଏଡ- ଶୀରର ତାପମାତ୍ରା ନିୟନ୍ତ୍ରିତ କରିବା, ହାର୍ଟ ହେଲ୍ଥ ଏବଂ ମେଟାବୋଲିଜିମକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ।

ଆଇରନ ଅଭାବ- ଯଦି ମହିଳାଙ୍କ ଶରୀରରେ ଆଇରନ ଅଭାବ ହୁଏ ତେବେ ଶୀଘ୍ର ଥକାପଣ ଆସିଥାଏ । ତେଣୁ ଆଇରନ ଯୁକ୍ତ ଖାଦ୍ୟ ଖାଇବାକୁ ହେବ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.