ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମଧୁମେହ ରୋଗୀ ଖାଆନ୍ତୁ କଦଳୀ ଭଣ୍ଡା, ମିଳିବ ଏହୁି ସବୁ ଫାଇଦା

Published By : Anindita Ratha | January 2, 2025 3:01 PM

ବର୍ତ୍ତମାନର ଅସ୍ବାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି। ସେଥି ମଧ୍ୟରୁ ଡ଼ାଇେବେଟିସ୍ ବା ମଧୁମେହ ସାଧାରଣ ହୋଇଗଲାଣି। ଆଉ ଡାଇବେଟିସ ଏପରି ଏକ ରୋଗ ଯାହା ମୂଳରୁ ଆରୋଗ୍ୟ ହୋଇପାରିବ ନାହିଁ । କେବଳ ଏହାର ଲକ୍ଷଣକୁ ନିୟନ୍ତ୍ରଣ କରାଯାଇପାରିବ  ଏଥିପାଇଁ ସନ୍ତୁଳିତ ଆହାର ସହ ନିୟମିତ ବ୍ୟାୟାମ କରିବା ଜରୁରୀ । ସେହିପରି କିଛି ପ୍ରଭାବୀ ଚିକିତ୍ସା ଓ ଆୟୁର୍ବେଦିକ ଉପାୟ ଅଛି ଯେଉଁଥିରେ ସୁଗାର ସ୍ତର ନିୟନ୍ତ୍ରଣ କରିଯାଇପାରେ । ତେବେ କଦଳୀ ଏମିତି ଏକ ଗଛ ଯାହାର ଫଳ ଅତ୍ୟନ୍ତ ସ୍ବାସ୍ଥ୍ୟ ଉପଯୋଗୀ ହେବା ସଙ୍ଗେ ସଙ୍ଗେ ଏହାର ପତ୍ର,ଫୁଲ ମଧ୍ୟ ବେଶ୍  ଉପକାରୀ । ସେହିପରି ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ରାମବାଣ ସଦୃଶ୍ୟ । 

 ତେବେ ତଥ୍ୟ ଅନୁସାରେ, କଦଳୀ ଭଣ୍ଡାରେ ଏମିତି କିଛି ତତ୍ତ୍ବ ରହିଛି । ଯାହା  ଡାଇବେଟିସ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ । ଏହା ବ୍ଲଡସୁଗାର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସେହିପରି କଦଳୀ ଭଣ୍ଡାରେ କଦଳୀ ଭଣ୍ଡା ସେବନ ଦ୍ବାରା ଡାଇବେଟିସ ରୋଗୀଙ୍କ ଶରୀରରେ ଏକ ଖାସ୍ ପ୍ରକାର ପ୍ରୋଟିନ ପ୍ରଡକ୍ସନ କମ୍ ହୋଇଯାଇଥାଏ ଯାହା ସୁଗାର ସ୍ତର ବୃଦ୍ଧି କରିବାରେ କାମ କରିଥାଏ । ଏହି ଭଣ୍ଡାରେ ଆଣ୍ଟି-ଡାଇବେଟିସ ଓ ଆଣ୍ଟି-ଏଜ୍ ଗୁଣ ରହିଛି । କଦଳୀ ଭଣ୍ଡା ସହ ଏହାର ମଞ୍ଜା ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ । କାରଣ ଏହାର ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ଏବଂ ଏଥିରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଅଧିକ ଥାଏ । ଏଥିସହ କଦଳୀ ଭଣ୍ଡା ଖାଇଲେ ହିମୋଗ୍ଲୋବିନ ମଧ୍ୟ ବୃଦ୍ଧି କରିଥାଏ ।କଦଳୀ ଭଣ୍ଡାରେ ମ୍ୟାଗ୍ନେସିୟମ ରହିଛି ଯାହା ଶରୀରରେ ଆଣ୍ଟି-ଡିପ୍ରେସେଣ୍ଟ ଭାବେ କାମ କରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.