ବିଭିନ୍ନ ପ୍ରକାର ଫଳ ଶରୀର ପାଇଁ ହିତକର । ଆଉ ସେଥିମଧ୍ୟରୁ କିୱି ଅନ୍ୟତମ ।ଏହା କେବଳ ସ୍ବାଦିଷ୍ଟ ଏହା ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । କିୱିରେ ଅନେକ ପୋଷକ ତତ୍ତ୍ବ ଭରି ରହିଛି । ଏଥିରେ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର ଭରପୂର ମାତ୍ରାରେ ରହିଛି। ତେଣୁ ପ୍ରତିଦିନ କିୱି ଖାଇଲେ ବିଭିନ୍ନ ପ୍ରକାର ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦୂରେଇ ରଖିଥାଏ ।
ତେବେ କିୱିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ଆମର ଇମ୍ୟୁନ ସିଷ୍ଟମ ମଜଭୁତ କରିବାରେ ସାହାଯ୍ୟ କରେ । ଅର୍ଥାର୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ବିଭିନ୍ନ ସଂକ୍ରମଣ ସହ ଲଢିବାକୁ ଶରୀରକୁ ଶକ୍ତି ଯୋଗାଏ । ସେହିପରି କିୱିରେ ଡାଏଟାରୀ ଫାଇବର ଅଧିକ । ଏହା ଆମର ହଜମ ପ୍ରକ୍ରିୟା ଉନ୍ନତ କରିବା ସହ କୋଷ୍ଠକାଠିନ୍ୟ ଦୂର କରିଥାଏ । ତେଣୁ ପ୍ରତିଦିନ ଗୋଟିଏ ଲେଖାଏଁ କିଓ୍ବି ଖାଇବା ଉଚିତ୍ । ତେଣୁ ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ରହିଛି ତାହେଲେ ନିୟମିତ ଗୋଟିଏରୁ ଦୁଇଟି କିୱି ଖାଆନ୍ତୁ ।
ସେହିପରି କିୱିରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ ଓ ଓମେଗା-3 ଫ୍ୟାଟି ଏସିଡ୍ ମିଳେ । ଏସବୁ ଆମର ହାର୍ଟ ସୁସ୍ଥ ରଖିବା ପାଇଁ ଲାଭଦାୟକ । ପୋଟାସିୟମ ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିବା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଯାହାଦ୍ବାରା ହୃଦରୋଗ ଆଶଙ୍କା କମ୍ ହୋଇଥାଏ । ଏହି ଫଳରେ ଥିବା ଭିଟାମିନ ସି କେବଳ ଆମର ଇମ୍ୟୁନିଟି ମଜଭୁତ କରେ ନାହିଁ ବରଂ ଶରୀରରେ କୋଲାଜେନ ଉତ୍ପାଦନରେ ମଧ୍ୟ ସାହାଯ୍ୟ କରେ । ଏହା ଆମର ତ୍ବଚାକୁ ସୁସ୍ଥ ରଖିଥାଏ । ତ୍ବଚା ଯୁବା ଦେଖାଯାଏ ଓ ଚମକ ବଜାୟ ରହେ । ନିଦ୍ରା ଜନିତ ସମସ୍ୟା ଭୋଗୁଥିବା ଲୋକେ ପ୍ରତିଦିନ କିୱି ଖାଇବା ଭଲ । କାରଣ ଏହି ଫଳରେ ପ୍ରଚୁର ପରିମାଣରେ ସେରୋଟୋନିନ ରହିଥାଏ । ଏହା ଆମର ସ୍ଲିପ୍ କ୍ବାଲିଟି ଉନ୍ନତ କରି ଭଲ ନିଦ ଦେଇଥାଏ ।