ହଳଦୀ। ଏହା ଭାରତୀୟ ରୋଷେଇ ଘରେ ମିଳୁଥିବା ମସଲା ମଧ୍ୟରୁ ଅନ୍ୟତମ। ଏହା କେବଳ ଖାଦ୍ୟର ସ୍ବାଦ ବଢାଏନି । ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ ଲାଭଦାୟକ। ସେହିପରି ଥଣ୍ଡା ସମୟରେ ପ୍ରାୟତଃ ସମସ୍ତେ ହଳଦୀ କ୍ଷୀର ପିଇବାକୁ ପସନ୍ଦ କରନ୍ତି। କାରଣ ଏହା ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖିବା ସହ ଦେହର ପୀଡ଼ା ମଧ୍ୟ କମ୍ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ବର୍ତ୍ତମାନ ସମୟରେ ହଳଦୀରେ ଅଧିକ ମାତ୍ରାରେ ଲେଡ୍ ବା କାଚ଼ଗୁଣ୍ଡ ମିଶୁଥିବାର ନଜର ଆସୁଛି । ଯାହା କିଡ଼ନୀକୁ ଖରାପ କରିପାରେ। ଦେଶରେ ମିଳୁଥିବା ହଳଦୀରୁ ୨ ଶହ ଗୁଣ ଅଧିକ ଲେଡ୍ ମିଳୁଛି। ତେବେ କିପରି ଜାଣିବା ଘରକୁ ଆସୁଥିବା ହଳଦୀ ଅସଲି ବା ନକଲି । ଆସନ୍ତୁ ଜାଣିବା ।
ଲେଡ୍ ହେଉଛି ଏକ ଧାତୁ ଯାହା ଶରୀରରେ କ୍ୟାଲସିୟମ୍ ପରି କାମ କରେ ଏବଂ ହାଡରେ ଜମା ହୋଇଯାଏ । ଅତ୍ୟଧିକ ପରିମାଣର କାଚ଼ଗୁଣ୍ଡ ଖାଇବା କେବଳ କିଡନୀ ନୁହେଁ ହାର୍ଟ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହାଦ୍ୱାରା ହୃଦଘାତ,କିଡନୀ ଫେଲ ଏବଂ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢିପାରେ । ଯଦି କାଚଗୁଣ୍ଡ ହଳଦୀରେ ବହୁ ପରିମାଣରେ ବ୍ୟବହୃତ ହୁଏ, ତେବେ ଏହା ପିଲାମାନଙ୍କର ମସ୍ତିଷ୍କ ବିକାଶରେ ବାଧା ସୃଷ୍ଟି କରିପାରେ ଏବଂ ବୟସ୍କମାନଙ୍କଠାରେ ଥକ୍କା, ଉଚ୍ଚ ରକ୍ତଚାପ ଏବଂ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିପାରେ । ତେଣୁ ସର୍ବପ୍ରଥମେ ଏକ ଗ୍ଲାସରେ ପାଣି ନିଅନ୍ତୁ ଏବଂ ସେଥିରେ ୧ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ। ଯଦି ହଳଦୀ ପାଣିରେ ଭଲ ଭାବରେ ମିଶିଯାଏ, ତେବେ ଜାଣନ୍ତୁ ଯେ ଏହି ହଳଦୀରେ କାଚଗୁଣ୍ଡ ପରିମାଣ ଅଧିକ। କିନ୍ତୁ ଯଦି ହଳଦୀ ପାଣିରେ ଭଲରେ ନ ମିଶି ତଳେ ବସିଯାଏ। ତେବେ ହଳଦୀ ଶୁଦ୍ଧ ଅଟେ। ସେହିପରି ଯଦି ଆପଣ ଏହି କାଚଗୁଣ୍ଡ ହଳଦୀ ବ୍ୟବହାର କରିବାକୁ ଚାହୁନାହାନ୍ତି ତେବେ ଅର୍ଗାନିକ ହଳଦୀର ବ୍ୟବହାର କରନ୍ତୁ ।