ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଖାଦ୍ୟରେ ମିଶାଇ ପ୍ରତିଦିନ ଖାଆନ୍ତୁ ହିଙ୍ଗୁ, ମିଳିବ ଏହି ସବୁ ଫାଇଦା

Published By : Anindita | January 4, 2025 2:50 PM

ଭାରତୀୟ ରୋଷେଇରେ ହିଙ୍ଗୁର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ବ୍ୟଞ୍ଜନର ସ୍ବାଦ ଏବଂ ସୁଗନ୍ଧ ପାଇଁ ମୁଖ୍ୟତଃ ହିଙ୍ଗୁ ବ୍ୟବହାର କରାଯାଇଥାଏ। ଡାଲିରେ ତଡ଼କା ଦେବା ପାଇଁ ହେଉ କି ତରକାରୀର ସ୍ବାଦ ବୃଦ୍ଧି। ହିଙ୍ଗୁ ସବୁବେଳେ ଆବଶ୍ୟକ ହୋଇଥାଏ। କିନ୍ତୁ ହିଙ୍ଗୁର ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି ଏକଥା ଜାଣିବା ଦରକାର।  ବଦହଜମୀ, ଗ୍ୟାସ୍, ଇନଫ୍ଲୁଏଞ୍ଜା, ଆସ୍ଥାମା, ଅଲସର, କୋଷ୍ଠକାଠିନ୍ୟ ଭଳି ନାନା ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ତେବେ ଆସନ୍ତୁ ଜାଣିବା ହିଙ୍ଗୁ ଖାଇବା ଦ୍ବାରା କଣ ସବୁ ଫାଇଦା ମିଳିଥାଏ। 

ହିଙ୍ଗୁ ପେଟ ଓ କ୍ଷୁଦ୍ର ଅନ୍ତଃନଳୀରେ ଡାଇଜେଷ୍ଟିଭ ଏନଜାଇମ ବଢାଇ ପାଚନ କ୍ରିୟାରେ ସୁଧାର ଆଣେ । ସେହିପରି  ଗ୍ୟାଷ୍ଟ୍ରିକ ସମସ୍ୟା ରୋକିବାକୁ ଆପଣ ନିଜର ଦୈନନ୍ଦିନ ଖାଦ୍ୟରେ ହିଙ୍ଗୁ ସାମିଲ କରିପାରିବେ । ଏହାର ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ପେଟ ଫୁଲା ସମସ୍ୟା ଦୂର କରିପାରେ । କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇପାରେ । ପେଟରେ ଚର୍ବି କମାଇବାରେ ସାହାଯ୍ୟ କରେ  ହିଙ୍ଗୁ। ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ମସାଲା ବେଶ୍ ଉପଯୋଗୀ ।

ସେହିପରି ହିଙ୍ଗୁ ବଦହଜମୀ, ଗ୍ୟାସ୍ ଆଦି ପେଟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିପାରେ । ଏହା ଡାଇଜେଷ୍ଟିଭ ଏନଜାଇମ ଉତ୍ପାଦନ ବଢାଇ ହଜମ ପ୍ରକ୍ରିୟା ଉନ୍ନତ କରେ ।ସବୁ ପ୍ରକାର ପେଟ ସମସ୍ୟା ପାଇଁ ହିଙ୍ଗୁ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଆଣ୍ଟିଇନଫ୍ଲାମେଟୋରୀ ଗୁଣ ପେଟ ଯନ୍ତ୍ରଣା, ପେଟରେ ସଂକ୍ରମଣ ଓ ଜଏଣ୍ଟ ପେନ୍ ଦୂର କରିବାରେ ଉପଯୋଗୀ ।ହିଙ୍ଗୁ ସ୍କିନ ଆଲର୍ଜି, ଦାଗ ଚିହ୍ନ, ଆଖି ତଳ କଳାଦାଗ ଦୂର କରିପାରେ । ଏଥିସହ ଫାଇନ ଲାଇନ୍ସ, ରିଙ୍କଲ୍ସ  ଓ ବୟସ ଜନିତ ଦାଗ କମ୍ କରିବାରେ ସାହାଯ୍ୟ କରେ ।ଏହା ଶରୀରରେ ରକ୍ତ ସଞ୍ଚାଳନ ବଢାଇବାରେ ସାହାଯ୍ୟ କରେ । କିନ୍ତୁ ପ୍ରତିଦିନ ହିଙ୍ଗୁ  ସେବନ କରୁଥିଲେ ଏହାର ମାତ୍ରା ଉପରେ ଧ୍ୟାନ ରଖନ୍ତୁ । ପିତ୍ତ ସମସ୍ୟା ଥିବା ବ୍ୟକ୍ତି ଏହାର କମ୍ ସେବନ କରନ୍ତୁ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.