ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ପୋଷକ ତତ୍ତ୍ୱରେ ଭରା ମେଥି ଶାଗ, ମଧୁମେହ ରୋଗୀଙ୍କ ପାଇଁ ବରଦାନ

Published By : Prameya | January 5, 2025 9:10 AM

ଭୁବନେଶ୍ୱର ୦୫/୦୧: ମେଥି ଶାଗ ପୋଷକ ତତ୍ତ୍ୱରେ ଭରା । ଏହା ଖାଦ୍ୟର ସ୍ୱାଦ ବଢାଇବା ସହ  କେତେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଶୀତଦିନେ ଡାଏଟ୍‌ରେ ମେଥି ଶାଗ ସାମିଲ୍‌ କରିବା  ଜରୁରି । ବିଶେଷକରି ଶୀତଦିନେ ଭିନ୍ନ ଭିନ୍ନ ପ୍ରକାରର ଶାଗ ବଜାରରେ ମିଳିଥାଏ, ଯାହା  ପୋଷକ ତତ୍ତ୍ୱରେ ଭରା । ଏହି ଶାଗକୁ ନେଇ ଅନେକ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରିବ ।  ମେଥି ଶାଗ ଅନ୍ୟ ଦିନ ଅପେକ୍ଷା ଶୀତଦିନେ ଅଧିକ ମିଳିଥାଏ । ପ୍ରାୟ ଲୋକ ମେଥି ପରାଟା ଓ ମେଥି-ଆଳୁ ଭଜାକୁ ଖୁବ୍‌ ପସନ୍ଦ କରିଥାନ୍ତି । ଏହା  ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟକର ମଧ୍ୟ । 

ରକ୍ତରେ ଶର୍କରା ସ୍ତର ସାମାନ୍ୟ ହେବା ସହ ଓଜନ କମିଥାଏ : 

ଏହା ମଧୁମେହ ରୋଗୀଙ୍କ ପାଇଁ ବରଦାନଠାରୁ କମ୍‌ ନୁହେଁ । ମେଥିଶାଗ ରକ୍ତରେ ଶର୍କରା ସ୍ତରକୁ  ନିୟନ୍ତ୍ରିତ କରିଥାଏ । ଓଜନ କମାଇବାରେ ମେଥିଶାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଦ୍ୱାରା ମେଟାବଲିଜିମ୍‌ ବଢିଥାଏ । ଫଳରେ ଓଜନ କମ୍‌ ରହିଥାଏ ।

ପାଚନ ତନ୍ତ୍ର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢେ : 

ପରିବର୍ତ୍ତିତ ପାଣିପାଗ  ସହ ପାଚନ ତନ୍ତ୍ରରେ ସମସ୍ୟା ଆସିବା ସ୍ୱାଭାବିକ୍‌ । ତେଣୁ ଶୀତଦିନେ ସବୁଜ ମେଥି  ଶାଗ ବଦ୍‌ହଜମୀ ଓ ପ୍ରଦାହ ପରି ସମସ୍ୟାକୁ କମ୍‌ କରିଥାଏ । ଏହାକୁ ଡାଏଟ୍‌ରେ  ସାମିଲ୍‌ କରିବା ଦ୍ୱାରା ମଳ ତ୍ୟାଗ ସମୟରେ ସମସ୍ୟା ଆସି ନଥାଏ । ସେହିପରି ମେଥି  ଶାଗରେ ଥିବା ଭିଟାମିନ୍ସ ଓ ମିରୋରାଲ୍ସ ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ବଢାଇଥାଏ ।  ଫଳରେ ଥଣ୍ଡା,କାଶ ଓ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା ମିଳିଥାଏ ।  

ହାଡ଼କୁ ମଜଭୁତ କରେ :

ମେଥି ଶାଗରେ ଭରପୂର କ୍ୟାଲସିୟମ୍‌ ଓ ମ୍ୟଗ୍ନେସିୟମ୍‌  ରହିଥାଏ, ଯାହା ହାଡ଼ର ସୁସ୍ଥତାକୁ ବଢାଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.