ସାଲେପୁର,୦୩/୧୦: ଅନଲାଇନ୍ ଗେମ୍ ଏବଂ ସେୟାର ମାର୍କେଟରେ ଲକ୍ଷାଧିକ ଟଙ୍କା ହରାଇବା ପରେ ଯୁବକଙ୍କ ଆତ୍ମହତ୍ୟା । ନିଜ ବାରିରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ । ମୃତକ ବଣିଆ ସାହିର ମନୋଜ ସାହୁ ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ସାଲେପୁର ବହୁଗ୍ରାମ ବଣିଆ ସାହିରେ ଏଭଳି ଅଘଟଣ ଘଟିଛି ।
ସୂଚନା ମୁତାବକ, ମନୋଜ ସାହୁ ଦୀର୍ଘ ଦିନ ଧରି ଅନଲାଇନ୍ ଗେମ୍ ଏବଂ ସେୟାର ମାର୍କେଟରେ ଅର୍ଥ ବିନିଯୋଗ କରି ଆସୁଥିଲା । ତେବେ ଗତ କିଛି ଦିନ ତଳେ ସେ ଏହି ଗେମ୍ ଏବଂ ସେୟାର ମାର୍କେଟରେ ଲକ୍ଷାଧିକ ଟଙ୍କା ଲଗାଇଥିଲା । ପରେ ଏହି ଟଙ୍କା ହାରି ଯାଇଥିଲା । ଏଥିରେ ଆତ୍ମହରା ହୋଇ ଜୀବନ ହାରିଲେ ମନୋଜ । ନିଜ ଘରର ବାରି ଆଡେ ରଶି ଲଗାଇ ଆତ୍ମହତ୍ୟା କରିଲେ । ଏହା ଦେଖି ତାଙ୍କ ପରିବାର ଲୋକେ ତୁରନ୍ତ ପାଗା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟଟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।