ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ବିମାନବନ୍ଦରରୁ ଶ୍ରୀକ୍ଷେତ୍ର, କଟକ ଗଡ଼ିବ ମୋ ବସ୍‌; ଆରମ୍ଭ ହେଲା ଏକ୍ସପ୍ରେସ୍‌ ସର୍ଭିସ

ଭୁବନେଶ୍ୱର, ୬।୧୨: କ୍ରୁଟ ପକ୍ଷରୁ ମୋ ବସ୍‌ ଏକ୍ସପ୍ରେସ ସର୍ଭିସ ଆରମ୍ଭ ହୋଇଛି । ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ପୁରୀ ଜଗନ୍ନାଥ ଧାମ ଏବଂ ସିଲଭର ସିଟି କଟକକୁ ଏହି ମୋ ବସ୍‌ ଗଡ଼ିବ । ଫଳରେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ । ଏୟାରପୋର୍ଟରୁ ଗମନାଗମନରେ ଅସୁବିଧା ଉପୁଜୁଥିଲା । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏପରି କି ଅଟୋ ଏବଂ ଘରୋଇ ଗାଡ଼ି ଚଢ଼ା ଦର ନେଉଥିଲେ । ଯାତ୍ରୀଙ୍କ ସେବାକୁ ଦୃଷ୍ଟିରେ ରଖି ଏହି ଏକ୍ସପ୍ରେସ ସର୍ଭିସକୁ ଆରମ୍ଭ କରାଯାଇଛି । ଏହା ଏୟାରପୋର୍ଟରୁ ବାହାରି ସିଧା ଗନ୍ତବ୍ୟସ୍ଥଳରେ ପହଞ୍ଚିବ । 

 ଏହି ବସ୍‌ ଏୟାରପୋର୍ଟରୁ ସକାଳ ୮ଟା, ୧୨.୧୫, ସନ୍ଧ୍ୟା ୬ଟାରେ ପୁରୀ ଅଭିମୁଖେ ବାହାରିବ । ସେଠୁ ସକାଳ ୯.୪୦, ଅପରାହ୍ନ ୨.୨୦ ଏବଂ ସନ୍ଧ୍ୟା ୭.୪୦ରେ ବାହାରି ଏୟାରପୋର୍ଟରେ ପହଞ୍ଚିବ । ସେହିପରି ଏୟାରପୋର୍ଟରୁ କଟକ ଅଭିମୁଖେ ସକାଳ ୯ଟା, ୨ଟା ଏବଂ ସନ୍ଧ୍ୟା ୬.୩୦ରେ ବାହାରିବ ।  କ୍ରୁଟ ୪୪ ତମ ବୋର୍ଡ ବୈଠକ ନିଷ୍ପତ୍ତି ଅନୁସାରେ କେନ୍ଦୁଝରରେ ମୋ ବସ୍‌ ସେବା ଆରମ୍ଭ ହେବ । ଖଣିବହୁଳ ଏହି ଅଞ୍ଚଳରେ ଲୋକେ ମୋ ବସ୍‌ ସେବା ପାଇବେ । ସେହିପରି ଆଉ ନୂଆ ୨୦୦ ଇ-ବସ୍‌ ଆସିବ । ଭୁବନେଶ୍ୱର କଟକ ଓ ରାଉରକେଲା ପାଇଁ ୧୦୦, ବ୍ରହ୍ମପୁର ପାଇଁ ୫୦ ବସ୍‌ ରଖାଯିବ । ଏଥିପାଇଁ ବିଭିନ୍ନ ସ୍ଥାନରେ ଚାର୍ଜିଂ ଷ୍ଟେସନ ନିର୍ମାଣ କରିବାକୁ ଯୋଜନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.