ପ୍ରମୂଖ ଖବର
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି

ଭୁବନେଶ୍ୱର,୧୬/୦୯: ଗାଙ୍ଗେୟ ପଶ୍ଚିମବଙ୍ଗ  ଉପରେ ସୃଷ୍ଟି ହୋଇଥିବା ତୀବ୍ର ଅବପାତ  ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଁଇଛି । ମଙ୍ଗଳବାର ଯାଏଁ  ଏହାର ତୀବ୍ରତା ବଜାୟ ରହିବ । ତେବେ ଏହାର  ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା  ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି । 

ସୋମବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ  ପ୍ରବଳ ବର୍ଷା ହୋଇପାରେ । ବର୍ଷା ଆଶଙ୍କା ଥିବାରୁ  ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ  କମିଶନର(ଏସ୍‌ଆର୍‌ସି) । ସୋମବାର କେନ୍ଦୁଝର, ଦେବଗଡ଼,  ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ  ଅନୁଗୁଳରେ ପ୍ରବଳ ବର୍ଷା ହୋଇପାରେ । ଏ  ସବୁ ଜିଲ୍ଲାର କିଛି ସ୍ଥାନରେ ୭୦ରୁ ୧୧୦ ମିମି  ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ  ବିଭାଗ ଆକଳନ କରିଛି । ପ୍ରବଳ ବର୍ଷା ପାଇଁ କଚ୍ଚା  ଘର ଓ ରାସ୍ତା କ୍ଷତିଗ୍ରସ୍ତ ହୋଇପାରେ । ତଳିଆ  ଅଞ୍ଚଳରେ ପାଣି ବି ଜମିବାର ଆଶଙ୍କା ଅଛି ।  ଏଥିପାଇଁ ସତର୍କ କରାଇଛି ପାଣିପାଗ ବିଭାଗ ।  

ଗତ ୨୪ ଘଣ୍ଟାରେ ବାଲେଶ୍ୱରର ଭୋଗରାଇରେ  ୧୩୦ ମିମି, ରାଜଘାଟରେ ୧୨୦, ଉଦଳାରେ  ୧୧୦, ଜଳେଶ୍ୱରରେ ୧୦୦, ଟେନ୍‌ସାରେ  ୧୦୦, ମୟୂରଭଞ୍ଜର ରାସଗୋବିନ୍ଦପୁରରେ  ୯୦, ସୁଲିଆପଦାରେ ୧୧୦, ବେତନଟୀରେ  ୮୦, କପ୍ତିପଦାରେ ୮୦ ମିମି ବର୍ଷା ହୋଇଛି । ବାଲେଶ୍ୱରରେ ଅଧିକ ବର୍ଷା ଯୋଗୁ ମଥାନି  ରୋଡ୍‌ଠାରେ ଜଳକା ନଦୀ ବିପଦ ସଙ୍କେତ ପାର୍‌  କରିଛି । ତେବେ ରାଜ୍ୟର ଅନ୍ୟ ପ୍ରମୁଖ ନଦୀରେ  ଜଳସ୍ତର ବିପଦ ସଙ୍କେତ ସ୍ତରଠାରୁ ବହୁ ତଳେ ରହିଛି ।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.