ପ୍ରମୂଖ ଖବର
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆଜି ବିରାଜିବେ ଦେବଶିଳ୍ପୀ ବିଶ୍ୱକର୍ମା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ

ଭୁବନେଶ୍ୱର ୧୭/୦୯: ଆଜି ପବିତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି। ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି।

ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୁତ ହୋଇଥିଲେ ଦେବଶିଳ୍ପୀ ବିଶ୍ୱକର୍ମା । ତ୍ୱଷ୍ଟା ନାମରେ ସେ ବିଦିତ । ଦିବ୍ୟ ବସ୍ତ୍ର ପରିହିତ, ନାନାଦି ରତ୍ନାଳଙ୍କାରରେ ବିଭୂଷିତ । ବିଶ୍ୱକର୍ମାବଶିଳ୍ପୀ ବିଶ୍ୱର୍କମା ସମସ୍ତ ବିଶ୍ୱବ୍ରହ୍ମାଣ୍ଡର  ନିର୍ମାଣ କର୍ତ୍ତା । ସେହିଁ ସର୍ବଶ୍ରେଷ୍ଠ ଶିଳ୍ପୀ  ଅଟନ୍ତି । ବେଦପତି ବ୍ରହ୍ମା ସୃଷ୍ଟି ନିର୍ମାଣ  କରିବାର ଦାୟିତ୍ୱ ବିଶ୍ୱକର୍ମାଙ୍କୁ ପ୍ରଦାନ  କରିଥିଲେ । କାରଣ ସେହିଁ ଏହି ଦାୟିତ୍ୱକୁ  ସୁଚାରୁ ରୂପେ ସମ୍ପନ୍ନ କରିପାରିବେ ବୋଲି  ସେ ନିଃସନ୍ଦେହ ଥିଲେ । ସତ୍ୟଯୁଗରେ  ସ୍ୱର୍ଗପୁର, ତ୍ରେତୟା ଯୁଗରେ ସ୍ୱର୍ଣ୍ଣମୟୀ  ଲଙ୍କା, ଦ୍ୱାପର ଯୁଗରେ ଦ୍ୱାରିକା ଏବଂ  ଦ୍ୱାପର ଶେଷ ଭାଗ ତଥା କଳିର  ପ୍ରାରମ୍ଭରେ ଇନ୍ଦ୍ରପ୍ରସ୍ଥର ନିର୍ମାଣ ବିଶ୍ୱକର୍ମାଙ୍କ  ଅଦ୍ୱିତୀୟ ସୃଷ୍ଟିର ଗୋଟିଏ ଗୋଟିଏ  ଅନନ୍ୟ ନମୁନା ବୋଲି ଶାସ୍ତ୍ର କହେ ।  ଯେହେତୁ ବିଶ୍ୱବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ  କାରିଗର ହେଲେ ଭଗବାନ୍‌ ବିଶ୍ୱକର୍ମା  ତେଣୁ ତାଙ୍କର ଆର୍ବିଭାବ ଦିବସରେ ସମସ୍ତ  ନିର୍ମାଣ,କାରିଗରୀ, ମରାମତି ସମ୍ପୃକ୍ତ ପ୍ରତିଷ୍ଠାନରେ ବିଶ୍ୱକର୍ମା ପୂଜା ଅତିନିଷ୍ଠା  ତଥା ଆଡମ୍ବର ସହକାରରେ ପାଳନ ହୁଏ ।   

ବସ୍ତୁଦେବତା ଏବଂ  ଆଙ୍ଗୀରସୀଙ୍କ ପୁତ୍ର ଅଟନ୍ତି ଭଗବାନ୍‌ ବିଶ୍ୱକର୍ମା । ବିଶ୍ୱକର୍ମାଙ୍କର  ପାଞ୍ଚରୂପ ବୋଲି ପୁରାଣରେ ବର୍ଣ୍ଣନା ରହିଛି । ସେମାନେ ହେଲେ ବିରାଟ ବିଶ୍ୱକର୍ମା,ଧର୍ମବଂଶୀ ବିଶ୍ୱକର୍ମା,ଅଙ୍ଗିରା ବିଶ୍ୱକର୍ମା,  ସୁଧର୍ମା ବିଶ୍ୱକର୍ମା ଏବଂ ଭୃଗୁବଂଶୀ ବିଶ୍ୱକର୍ମା । ବିଶ୍ୱକର୍ମାଙ୍କର  ପାଞ୍ଚପୁତ୍ର । ପ୍ରଥମ ପୁତ୍ର ମେନୁ- ଲୌହ ଜାତୀୟ  ପଦାର୍ଥ ନିର୍ମାଣରେ, ମେଙ୍କୋ- କାଷ୍ଠ ଜାତୀୟ ପଦାର୍ଥ  , ତ୍ୱଷ୍ଠା- ପ୍ରସ୍ତର ଓ ମୃତ୍ତିକା, ଭୈରବୀ ଏବଂ ଦୈବ୍ୟଜ୍ଞ  ସୁନାରୂପା ତିଆରି ସାମଗ୍ରୀ ନିର୍ମାଣରେ ସହାୟକ  ହୋଇଥାନ୍ତି । ସୁତରାଂ ବିଶ୍ୱବ୍ରହ୍ମାଣ୍ଡର ସମସ୍ତ ନିର୍ମାଣ କର୍ମ  ବିଶ୍ୱକର୍ମାଙ୍କ କୃପା ଏବଂ ସନ୍ତୁଷ୍ଟିରେ ସମ୍ପନ୍ନ ହୋଇଥାଏ । ପୂଜା ଦିନ କାରିଗରୀ ସାମଗ୍ରୀଗୁଡ଼ିକୁ ବ୍ୟବହାର କରିବା  ଅନୁଚିତ । ଏହା ପରଦିନ ଠାରୁ ବ୍ୟବହାର କଲେ  ବିଶ୍ୱକର୍ମାଙ୍କ କୃପାରୁ ସମ୍ପୃକ୍ତ ପ୍ରତିଷ୍ଠାନର ଉନ୍ନତି ହେବା ସହ  କାରିଗରମାନଙ୍କର ମଧ୍ୟ ଉନ୍ନତି ସାଧନ ସମ୍ଭବ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.