ମାଲକାନଗିରି, ୨୨।୨ (ଆପ୍ର ):ଓଡିଶା, ଆନ୍ଧ୍ର, ତେଲେଙ୍ଗନା ଓ ଛତିଶଗଡ ସହ ଅନ୍ୟ ରାଜ୍ୟ ଗୁଡିକରେ ନିଜର ସ୍ଥିତି ଜାହିର କରିଥିବା ଟପ ମାଓ ନେତା ହିଡମାକୁ ଶକ୍ତ ଝଟକା ଲାଗିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗନାରେ ହିଡମାର ଝିଅ ଯିଏକି ନିଜେ ମାଓବାଦୀ ଭାବେ କାର୍ଯ୍ୟ କରୁଥିବା ବେଳେ ସଙ୍ଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି।
ସୂଚନା ଅନୁଯାୟୀ ମାଓ ନେତା ହିଡମାର ଝିଅ ବାଞ୍ଜେମ କେଶା ପିଲାଟି ବେଳୁ ବାପା ହିଡମାର ପଥରେ ଚାଲିଥିଲେ। ପିଲାବେଳୁ ସେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା। ମାଓ ସଙ୍ଗଠନରେ ଥିବା ନାଟ୍ୟ ମଣ୍ଡଳୀରେ ସେ କାର୍ଯ୍ୟ କରି ଲୋକଙ୍କୁ ମାଓ ସଙ୍ଗଠନ ବିଷୟରେ ଅବଗତ କରାଉଥିଲା। ସମୟ କ୍ରମେ ସେ ମାଓ ସଙ୍ଗଠନର ଜଣେ ସଦସ୍ୟା ଭାବେ କାର୍ଯ୍ୟ କରୁଥିବା ବେଳେ ଅନେକ ହିଂସାତ୍ମକ କାର୍ଯ୍ୟରେ ଯଡିତ ରହିଥିଲା। ସଙ୍ଗଠନରରେ ରହି ସେ ରମେଶ ନାମକ ମାଓବାଦୀକୁ ବିବାହ ମଧ୍ୟ କରିଥିଲେ। ବାଞ୍ଜେମ ନାମରେ ୪ ଲକ୍ଷ ଟଙ୍କାର ଇନାମ ରହିଥିଲା। ବାପା ଜଣେ କୁଖ୍ୟାତ ମାଓ ନେତା ହୋଇଥିବା ବେଳେ ଝିଅ ମଧ୍ୟ ମାଓବାଦୀ ଭାବେ କାର୍ଯ୍ୟ କରି ଆସୁଥିଲା। କିନ୍ତୁ ମାଓ ସଙ୍ଗଠନ ଛାଡି ଆଜି ତେଲେଙ୍ଗନାର ୱାରଙ୍ଗଲ ଠାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣା ପଡିଛି। ଆତ୍ମସମର୍ପଣ ପରେ ତାଙ୍କୁ ସରକରୀ ନୀତି ଅନୁଯାୟୀ ତାଙ୍କୁ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।