ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଗାଁ ଭିତରେ ପଶିଲା ବିରାଟ ଅଜଗର, ଆତଙ୍କିତ ଅଞ୍ଚଳବାସୀ

Published By : prameya | February 11, 2025 11:57 AM

ନୀଳଗିରି,୧୧/୦୨:  ଗାଁ ଭିତରକୁ ପଶିଲା ବିରାଟ ଅଜଗର । ସାପ ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢନ୍ତୁ- ୪ କ୍ରୋମାଇଟ୍ ଗାଡ଼ି ଜବତ କଲା ସିଆଇଏସ‌ଏଫ

ନୀଳଗିରି ସହର ଉପଖଣ୍ଡ ସାନହତା ଗାଁରେ ଆଜି ଦିନ ୧୧ ଟା ସମୟରେ କିଛି ଗୋରୁ ଗାଈ ଭୟରେ ଦୌଡ଼ୁ ଥିବା ଦେଖିବାକୁ ଗ୍ରାମବାସୀ ପାଇଥିଲେ। ପାଖରେ ଏକ ବିରାଟ ଅଜଗର ସାପଟି ସୁରେନ୍ଦ୍ର ନାୟକଙ୍କ ବାଡିକୁ ପଶି ଯାଇଥିଲା। ଗ୍ରାମବାସୀ ଅଜଗରଟିକୁ ଦେଖି ଭୟଭୀତ ହୋଇପଡିଥିଲେ। ସେହି ଅଞ୍ଚଳର ଖଗେଶ୍ୱର ବେହେରା ନାମକ ଯୁବକ ଅତି ସତର୍କତାର ସହ ସାପ ଟିକୁ ଧରି ବନ ବିଭାଗକୁ ଖବର ଦେଇଥିଲେ।ବନ ବିଭାଗ ସାପଟି ଉଦ୍ଧାର କରି କୁଳଡିହା ଅଭୟାରଣ୍ୟରେ ଛାଡି ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.