ପ୍ରମୂଖ ଖବର
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ସିଲଭାରେ ଯୁବକଙ୍କୁ ହତ୍ୟା ଘଟଣା; ଗୋଟିଏ ପରିବାରର ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

Published By : Bijay Swain | May 15, 2025 7:48 PM

ନୂଆପଡ଼ା.୧୫।୫(ଆପ୍ର): ନୂଆପଡ଼ା ଜିଲ୍ଲା ଲଖନା ଥାନା ସିଲଭା ଗାଁର କପିଲ ଶବର(୫୦)ଙ୍କୁ ହତ୍ୟା ଘଟଣାରେ ରାୟ ପ୍ରକାଶ ପାଇଛି। ଏହି ଘଟଣାରେ ନୂଆପଡ଼ା ଅତିରିକ୍ତ ଦୌରା ଜଜ୍ ସୁନିଲ କୁମାର ଦାସ ଗୋଟିଏ ପରିବାରର ୪ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିରେ ହୃଷୀ ଶବର(୬୩). ସ୍ତ୍ରୀ କ୍ଷତ୍ରୀ ଶବର(୬୦), ପୁଅ ଭୁବନେଶ୍ବର ଶବର(୪୦) ଓ ପୁତ୍ରବଧୂ ବିମଳା ଶବର(୩୭)ଙ୍କୁ ବିରୋଧରେ କାରାଦଣ୍ଡାଦେଶର ଶୁଣାଣି ହୋଇଛି।

ଗତ ୨୦୧୭ ଜାନୁୟାରୀ ୧୫ ତାରିଖରେ ଲଖନା ଥାନା ସିଲଭା ଗାଁର କପିଲ ନିକଟ ଦୋକାନକୁ ସଉଦା ଜିଣିବାକୁ ଯାଉଥିଲେ। ଏହି ସମୟରେ ସେହି ଗାଁରେ ରହୁଥିବା ହୃଷୀ ଶବର , ସ୍ତ୍ରୀ କ୍ଷତ୍ରୀ, ପୁଅ ଭୁବନେଶ୍ବର, ପୁତ୍ରବଧୂ ବିମଲା ମିଶି କପିଲଙ୍କୁ ଗୋଷ୍ଠିବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରିଥିଲେ। ଅଚାନକ ଆକ୍ରମଣରେ ଆହତ ହୋଇ କପିଲ ତଳେ ପଡ଼ିଯିବାରୁ ସମସ୍ତେ ମିଶି ତାଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଧାନକଟା ଦା' ରେ କପିଳଙ୍କୁ ସମସ୍ତେ ହାଣି ପକାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ କପିଲଙ୍କ ମୃତ୍ୟୁ ହୋଇଥିଲା। 

ଏହି ହତ୍ୟାକାଣ୍ଡ ପରେ ଲଖନା ଥାନାରେ କପିଲଙ୍କ ଭାଇ ପୂର୍ଣ ଶବର ଲିଖତ ଅଭିଯୋଗ କରିଥିଲେ। ଏନେଇ ଲଖନା ଥାନା କେଶ ନଂ ୮/୨୦୧୭ରେ ମାମଲା ରୁଜୁ କରି ହୃଷୀ ଶବର , ସ୍ତ୍ରୀ କ୍ଷତ୍ରୀ, ପୁଅ ଭୁବନେଶ୍ବର, ପୁତ୍ରବଧୂ ବିମଳା ସହ ଗାଁର ଅନ୍ୟ ଜଣେ ଅଭିଯୁକ୍ତ ଦାରାସିଂ ଶବର(୪୮)ଙ୍କୁ ମଧ୍ୟ କୋର୍ଟ ଚାଲାଣ କରିଥିଲେ। ଏହି ଘଟଣାରେ ପୁଲିସ ଠେଙ୍ଗା ଓ ଦା'କୁ ଜବତ କରି କୋର୍ଟକୁ ଜିମା ଦେଇଥିଲା। 

ଗତ ୮ବର୍ଷ ଧରି ନୂଆପଡ଼ା ଅତିରିକ୍ତ ଦୌରା ଜଜଙ୍କ କୋର୍ଟରେ ମାମଲା ବିଚାରାଧନ ଥିଲା। ଏହି ମାମଲାରେ ୨୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ ହୋଇଥିଲା। ସୋମ‌ବାର ନୂଆପଡ଼ା ଅତିରିକ୍ତ ଦୌରା ଜଜ୍ ଶ୍ରୀ ଦାସ ସମସ୍ତ ସାକ୍ଷ ଓ ପ୍ରମାଣକୁ ଭିତ୍ତି କରି ରାୟ ପ୍ରକାଶ କରିଥିଲେ। ଏହି ଘଟଣାରେ ହୃଷୀ ଶବର, ସ୍ତ୍ରୀ କ୍ଷତ୍ରୀ, ପୁଅ ଭୁବନେଶ୍ବର, ପୁତ୍ରବଧୂ ବିମଳା ପ୍ରମୁଖ ଗୋଟିଏ ପରିବାରର ୪ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଜଣ ପିଛା ୧୦ ହଜାର ଲେଖାଏଁ ଜରିମାନା କରିଛନ୍ତି। ସେହିପରି ସାକ୍ଷ ପ୍ରମାଣ ଅଭାବରୁ ଅଭିଯୁକ୍ତ ଦାରାସିଂଙ୍କୁ କୋର୍ଟ ନିର୍ଦ୍ଦେଶରେ ଖଲାସ କରିଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି କାର୍ତ୍ତିକେଶ୍ବର ମହାରଣା ମାମଲାର ପରିଚାଳନା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.