ପ୍ରମୂଖ ଖବର
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ବଜ୍ରପାତରେ ନାବାଳକ ସମତେ ୨ ମୃତ, ୩ ଆହତ

Published By : Prameya | May 15, 2025 9:57 PM

ଡାବୁଗାଁ/ନୂଆପଡା, ୧୫/୫  : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ଓ ସରାଗୁଡା ଗ୍ରାମରେ ବଜ୍ରପାତରେ  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୩ ଜଣ ଆହତ ହୋଇଛନ୍ତି।  ମୃତକ ଜଣକ ହେଲେ ଡ଼ଙ୍ଗରିଗୁଡା ଗ୍ରାମର ଦଶାଇ ପନକା।

ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ପଞ୍ଚାୟତ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମର ଦଶାଇ ପନକା (୫୨) ଡାବୁଗାଁ ହାଟକୁ ପନିପରିବା କିଣି ବସ ଯୋଗେ ବୋରିଗାଁ ଛକ ଆସିଥିଲେ। ସେଠାରୁ ଚାଲି ଚାଲି ନିଜ ଘରକୁ ଫେରୁଥିଲେ ।ବୋରିଗାଁ ଗ୍ରାମ ପୂର୍ବରୁ ପୋଲ ନିକଟରେ ହଠାତ ବର୍ଷା ସହ ବଜ୍ରପାତ ଘଟିଥିଲା । ଫଳରେ ଘଟଣାସ୍ଥଳରେ ଦଶାଇ ପନକାଙ୍କ ମୃତ୍ୟୁ ଘଟିଥିଲା । 

ସେହିପରି କୋଇଲାରୀ ପଞ୍ଚାୟତ ଅଧୀନ ସରାଗୁଡା ଗ୍ରାମର ଲାଇବାନ ଭତ୍ରାଙ୍କ  ଝିଅ  ଓ ୨ ନାତି ଘରେ ଥିଲେ । ସେହି ସମୟରେ ଘର ଉପରେ ବଜ୍ରପାତ ଘଟିଥିଲା । ଘର ଭିତରେ ଥିବା ଲାଇବାନଙ୍କ ଝିଅ ରତନା ଭତ୍ରା (୧୫), ନାତି ରାଜେଶ ଭତ୍ରା (୬) ଓ ନିତେଶ ଭତ୍ରା (୩ ମାସ) ଆହତ ହୋଇଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସେହିପରି  ବରଗଡ଼ ଜିଲ୍ଲା ପାଇକମାଲ ଥାନା ପୁରେନା ଗାଁରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ନାବାଳକ ପୁରେନା ଗାଁର ବ୍ରିଜ ଧରୁଆଙ୍କ ପୁଅ ରଞ୍ଜିତସିଂ ଧରୁଆ(୮) । ଗୁରୁବାର ସନ୍ଧ୍ୟାରେ ପୁରେନା ଗାଁ ଦାଣ୍ଡରେ ୪ ଜଣ ପିଲା ଖେଳୁଥିଲେ । ଏହି ସମୟରେ ଘଡଘଡି ସହ ବର୍ଷା ପବନ ହୋଇଥିଲା । ସେଠାରେ ଅନ୍ୟ ୩ ଜଣ ଛୁଆ ଦୌଡ଼ି ଦୌଡ଼ି ଘରକୁ ଚାଲି ଯାଇଥିଲେ । କିନ୍ତୁ ରଞ୍ଜିତ ବର୍ଷା ପବନରେ ଦୌଡ଼ି କି ଘରକୁ ଯାଇ ପାରିନଥିଲେ । ସେ ଗାଁ ଦାଣ୍ଡରେ ଫସି ଯାଇଥିଲେ । ସେଠି ବହୁତ ଜୋରରେ ବର୍ଷା ଓ ପବନ ସହ ଘଡଘଡି ହୋଇଥିଲା । ଏଭଳି ଗାଁ ଦାଣ୍ଡରେ ବଜ୍ରାଘାତରେ ରଞ୍ଜିତ ଟଳି ପଡ଼ିଥିଲେ । ପରିବାର ଲୋକେ ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠି ଗୁରୁତର ରଞ୍ଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.