ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ନବରଙ୍ଗପୁର ଜିଲ୍ଲାରେ ଅନ୍ୟ ଜିଲ୍ଲାର କିନ୍ନରଙ୍କ ପ୍ରବେଶ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା କଲା ସଂଘ…

Published By : Prameya | May 16, 2025 7:57 PM

ନବରଙ୍ଗପୁର ୧୬/୦୫: କଳାହାଣ୍ଡି ଜିଲ୍ଲାରୁ କେତେକ କିନ୍ନର ନବରଙ୍ଗପୁର ଜିଲ୍ଲାର  ଉମରକୋଟକୁ ଆସି ଉମରକୋଟ ଝରିଗାଁ, ରାଇଘର ଅଞ୍ଚଳରେ ନିଜର ପ୍ରାଧାନ୍ୟ ବିସ୍ତାର କରୁଥିବା ଅଭିଯୋଗ ହୋଇଛି। ଦୋକାନ ବଜାରକୁ ଯାଇ ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କରିବା ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ସଭ୍ୟା ତଥା ବରିଷ୍ଠ ଉପଦେଷ୍ଟା ଶର୍ମିଷ୍ଠା ଦେଓଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ମାନେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି ଆଲୋଚନା କରିଛନ୍ତି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନିକଟରେ ପଞ୍ଜିକୃତ ନଥିବା କଳାହାଣ୍ଡି ଜିଲ୍ଲାର କିନ୍ନର ମାନଙ୍କ କାର୍ଯ୍ୟକଳାପକୁ ତଦନ୍ତ କରି ଆଗକୁ ପଦକ୍ଷେପ ନିଆଯାଉ ଏବଂ ଯେଉଁ ଜିଲ୍ଲାର କିନ୍ନର ସେହି ଜିଲ୍ଲାରେ ରହି ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ୍ ବୋଲି ସଂଘର ଉପଦେଷ୍ଟା ଶ୍ରୀମତୀ ଦେଓ ଦାବି ଉପସ୍ଥାପନ କରିଛନ୍ତି ।ଏଥିସହ ଏ ସମନ୍ଧରେ ଏକ ଦାବି ପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ରକୁ ଅନୁଧ୍ୟାନ ପୂର୍ବକ ମନ୍ତ୍ରୀ ଶ୍ରୀ ଗଣ୍ଡ ଆଗାମୀ ଦିନରେ ଏ ସମସ୍ତ ବିଷୟ ତଦନ୍ତ କରି ନିଶ୍ଚିତ ଭାବରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ଥାଉ ଥାଉ କଳାହାଣ୍ଡିର କିନ୍ନର ମାନେ ଉମରକୋଟ ର କେତେକ ଅଣ କିନ୍ନର ମାନଙ୍କୁ କିନ୍ନର ଦର୍ଶାଇ  କିପରି ଉମରକୋଟ କିନ୍ନର ସଂଘ ନାମରେ ଏକ ସଂଘ ଗଠନ କରିଛନ୍ତି ତାହା ତଦନ୍ତ କଲେ ସବୁ କଥାର ପର୍ଦ୍ଦାଫାସ ହେବ ବୋଲି ସଂଘ ଦାବି ଉପସ୍ଥାପନ କରିଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.