ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ଜଳମଡ଼ାଇ ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ, ଜବତ ହୋଇଛି ବିପୁଳ ମାଓ ସାମଗ୍ରୀ

Published By : prameya | May 14, 2025 1:14 PM

ନୂଆପଡ଼ା,୧୪/୦୫:  ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ଗାତିବେଡା ନିକଟ ଜଳମଡ଼ାଇ ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ସେଠାରୁ  ଜବତ ହୋଇଛି  ବିପୁଳ ମାଓ ସାମଗ୍ରୀ।

ଜଳମଡେଇ ସଂରକ୍ଷିତ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ସୁରକ୍ଷା ବାହିନୀ ଉପରେ କୌଣସି ଏକ ବଡ଼ ଅଘଟଣ ପାଇଁ ଯୋଜନା କରୁଥିଲେ । ଏହି ଖବର ଗୁଇନ୍ଦା ସୂତ୍ରରୁ ନୂଆପଡ଼ା ଜିଲ୍ଲା ପୁଲିସ ଖବର ପାଇଥିଲା । ଆଜି ସକାଳେ ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଡ଼ିଭିଏଫ ଓ ଭାଓସିଲ ସିଆରପିଏଫ ଟିମ ଜଳମଡେଇ ସଂରକ୍ଷିତ ଜଙ୍ଗଲରେ ନକ୍ସଲ ବିରୋଧୀ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଆଜି ପୂର୍ବାହ୍ନରେ ଯବାନଙ୍କ କମ୍ବିଂ ଅପରେସନ ଖବର ପାଇ ମାଓବାଦୀମାନେ ଛତ୍ରଭଙ୍ଗା ଦେଇଥିଲେ । ସେଠାରେ ଯବାନମାନେ ସର୍ଚ୍ଚ ଅପରେସନ କରି ଏକ ମାଓ କ୍ୟାମ୍ପ ଠାବ କରିଛନ୍ତି । ଏହି ମାଓ କ୍ୟାମ୍ପରୁ ଚାଉଳ, ଡାଲି, ଲୁଣ ଓ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ଏବେ ସମ୍ପୃକ୍ତ ଜଙ୍ଗଲରେ ଯବାନଙ୍କ କମ୍ବିଂ ଅପରେସନ ଜାରି ରହିଥିବା ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.