ଜଳେଶ୍ଵର, ୧୪/୦୫ : ଆତ୍ମହତ୍ୟା ଧମକ ଦେଇଥିବା ଜଳେଶ୍ଵର ଏସଡିପିଓଙ୍କୁ ଭେଟିଲେ ପୂର୍ବାଞ୍ଚଳ ଡିଆଇଜି। ଜଳେଶ୍ଵର ହସ୍ପିଟାଲରେ ଏସଡିପିଓ ବ୍ରଜମୋହନ ପ୍ରଧାନଙ୍କୁ ଭେଟି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ଆଇଜିଙ୍କୁ ଚିଠି ଲେଖି ଆତ୍ମହତ୍ୟା ଧମକ ଦେଇଥିଲେ ବ୍ରଜମୋହନ।
ଜଳେଶ୍ଵର ଏସଡିପିଓ ଅଭିଯୋଗ ଆଣିଛନ୍ତି ଯେ, ବାଲେଶ୍ଵର ଏସପି ଏବଂ ଜିଲ୍ଲାପାଳ ତାଙ୍କୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ନିଲମ୍ବନ ଧମକ ଦେଇଥିଲେ। ସେ ବାରମ୍ବାର ମନା କରିବା ସତ୍ତ୍ୱେ, ତାଙ୍କୁ ବର୍ତ୍ତମାନ ଏସଡିପିଓ ଦାୟିତ୍ୱ ଦିଆଯାଇଛି। ୫୮ ବର୍ଷ ବୟସରେ ସେ ଜଳେଶ୍ୱରରୁ ବାଲେଶ୍ୱର ଯିବା ଏବଂ ମୁଖ୍ୟାଳୟ କାର୍ଯ୍ୟାଳୟରେ କାମ କରିବା ପାଇଁ ଅସୁବିଧା ହେଉଛି। ତାଙ୍କର ଅଭିଯୋଗର ତୁରନ୍ତ ସମାଧାନ ନହେଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।
ଏହି ଖବରଟିକୁ ପଢନ୍ତୁ-ଏସପି ଏବଂ ଜିଲ୍ଲାପାଳଙ୍କ ବିରୋଧର ଜଳେଶ୍ୱର ଏସଡିପିଓଙ୍କ ମାନସିକ ନିର୍ଯ୍ୟାତନା ଅଭିଯୋଗ